www.samajalive.in
Tuesday, December 9, 2025
26.1 C
Bhubaneswar

ଚାକିରି କରାଇ ଦେବା ନାଁରେ ଚାରି ଲକ୍ଷ ଟଙ୍କା ଠକେଇ ଅଭିଯୋଗ

ବୌଦ୍ଧ: ଚାକିରି କରାଇ ଦେବା ନାଁରେ ଚାରି ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ବୌଦ୍ଧ ଜିଲା ବାଉଁଶୁଣୀ ଥାନା ମଙ୍ଗଳାମୁଣ୍ଡା ଗ୍ରାମରୁ ଏପରି ଏକ ଅଭିଯୋଗ ଆସିଛି । ସେହି ଗାଁର ବିଦ୍ୟାଧର ମେହେରଙ୍କ ଠାରୁ ଚାକିରି କରାଇ ଦେବା ନାଁରେ ୪ ଲକ୍ଷ ଟଙ୍କା ଠକେଇ ହୋଇଥିବା ନେଇ ବାଉଁଶୁଣୀ ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱରର ବିଧୁ ପ୍ରକାଶ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ୨୦୨୧ ମାର୍ଚ୍ଚ ମାସରେ ଫୋନ କରିଥିଲେ । ଫୋନ୍‍ କରି ବିଦ୍ୟାଧରଙ୍କୁ କହିଥିଲେ ତୁମ ଭଉଣୀଙ୍କୁ ଷ୍ଟାଫ ନର୍ସ ଭାବେ ନିଯୁକ୍ତି କରାଇଦେବୁ । ଏଥିପାଇଁ ୬ ଲକ୍ଷ ଟଙ୍କା ଶୀଘ୍ର ପଠାନ୍ତୁ ।

ବିଧୁ ପ୍ରକାଶଙ୍କ କଥାରେ ବିଶ୍ୱାସ ରଖି ବିଦ୍ୟାଧର ପ୍ରଥମେ ଫୋନପେ ମାଧ୍ୟମରେ ୪ ଲକ୍ଷ ଟଙ୍କା ପଠାଇଥିଲା । କିନ୍ତୁ ଚାକରି ଆଜି ହୋଇଯିବ, କାଲି ହୋଇଯିବ ବୋଲି କହି ତାଙ୍କୁ ଠକି ଆସୁଥିଲେ । ବିଦ୍ୟାଧର ଏହା ଠକାମୀର ଶୀକାର ହୋଇଥିବା ଜାଣିବାପରେ ବାଉଁଶୁଣୀ ଥାନାର ଦ୍ୱାରସ୍ଥ ହୋଇଥିଲା । ଅଭିଯୋଗ ପାଇବା ପରେ ବାଉଁଶୁଣୀ ପୋଲିସ ପକ୍ଷରୁ ଏକ ମାମଲା ରୁଜ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Hot this week

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

Related Articles

Popular Categories