ବୌଦ୍ଧ: ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତି ଅଙ୍ଗନୱାଡି କେନ୍ଦ୍ରରେ ପରିଚାଳିତ ଅଦ୍ୱିକା କାର୍ଯ୍ୟକ୍ରମ ଅନୁଷ୍ଠିତ । ଠିଡକାଯୋର ଚାରିଛକ ଓ ମାରଦିଙ୍ଗର ଅଙ୍ଗନୱାଡି କେନ୍ଦ୍ର ଠାରେ ଅଦ୍ୱିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ ଅଙ୍ଗନୱାଡି କର୍ମୀ, ସ୍କୁଲ ଶିକ୍ଷକଙ୍କ ଠାରୁ ଅନୁମତି ନେଇ ପିଲାମାନଙ୍କୁ କୋଭିଡ ନିୟମାବଳୀ ଓ ଆସ ସ୍କୁଲକୁ ଯିବା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ୧୪ ତାରିଖରେ ସ୍କୁଲ ଖୋଲିବାକୁ ଯାଉଥିବାରୁ ପିଲାମାନଙ୍କୁ କୋଭିଡ ନିୟମ ପାଳନ କରିବେ ଓ ପିଲାମାନେ କିପରି ମାନସିକ ଚାପରୁ ନିବୃତ ହୋଇ ସୁସ୍ଥ ଭାବେ ନିୟମିତ ବିଦ୍ୟାଳୟକୁ ଆସି ପାରିବେ ସେ ନେଇ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସଚେତନତା କରାଇଥିଲେ । କାର୍ଯ୍ୟକ୍ରମକୁ ସୌଦାମିନୀ ପଣ୍ଡା ପରିଚାଳନା କରିଥିଲେ ।
Popular Categories



