www.samajalive.in
Sunday, December 7, 2025
26.1 C
Bhubaneswar

ଭିଜିଲାନ୍ସ ଜାଲରେ ପଶ୍ଚିମ ଓଡିଶା ମୁଖ୍ୟ ବିଦ୍ୟୁତ ଇନିସ୍ପପେକ୍ଟର

ସମ୍ବଲପୁର : ଓଡିଶା ସରକାର ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀ ମାନଙ୍କ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରୁଥିବା ବେଳେ ନିୟମିତ ଭିଜିଲାନ୍ସ ବିଭାଗ ପକ୍ଷରୁ ଅଭିଯୋଗ ମିଳିବା ମାତ୍ରେ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି ଏବଂ ବିପୁଳ ସମ୍ପତ୍ତି ଜବତ ମଧ୍ୟ କରାଯାଉଛି । ଏଭଳି ଏକ ଘଟଣାରେ ସୋମବାର ରାଜ୍ୟ ଶକ୍ତି ବିଭାଗ ଅର୍ନ୍ତଗତ ଚିଫ ଇଲେକ୍ଟ୍ରିକାଲ ଇନିସ୍ପକେଟର (ପଶ୍ଚିମ ମଣ୍ଡଳ) ସୁନୀଲ କୁମାର ପଣ୍ଡାଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗ ପକ୍ଷରୁ ସକାଳୁ ଚଢ଼ଉ ଜାରି ରହିଛି। ବରଗଡ ଜିଲା ଅତାବିରା ବ୍ଲକର ମୂଳ ନିବାସୀ ପଣ୍ଡାଙ୍କ ସମ୍ବଲପୁରର ଲକ୍ଷ୍ମୀ ଟକିଜ ଛକ ସ୍ଥିତ ଏକ ଆବାସିକ କମ୍ପେଲେକ୍ସରେ ୨ଟି ଆବାସ (ଫ୍ଲାଟ),  ଭୁବନେଶ୍ୱର ଖଣ୍ଡଗିରି ସ୍ଥିତ କସମୋପଲିସ ପ୍ରୋଜେକ୍ଟରେ ଗୋଟିଏ ଆବାସ (ଫ୍ଲାଟ) ଏବଂ ଜଗନ୍ନାଥ କଲୋନୀ ସ୍ଥିତ ପଶ୍ଚିମ ଓଡିଶାସ୍ତରୀୟ ସରକାରୀ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ଉ କରାଯାଇଛି । ଏହି ଚଢ଼ଉରେ ୨ ଜଣ ଡିଏସପି, ୯ ଜଣ ଇନିସ୍ପପେକ୍ଟର, ୨ ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀ ମାନେ ସାମିଲ ରହିଛନ୍ତି। ସନ୍ଧ୍ୟା ସମୟ ପର୍ଯ୍ୟନ୍ତ ଚାଲିଥିବା ଚଢ଼ଉ ଅନୁଯାୟୀ, ସମ୍ବଲପୁର ଲକ୍ଷ୍ମୀ ଟକିଜ ଛକ ନିକଟରେ ଦୁଇଟି ଆବାସିକ ଫ୍ଲାଟ,  ଭୁବନେଶ୍ୱର ସ୍ଥିତ ଫ୍ଲାଟ, ନଗଦ ଟଙ୍କା, ସୁନାଗହଣା, ଅନ୍ୟାନ୍ୟ ସମ୍ପତ୍ତି କାଗଜପତ୍ର ଆଦି ମିଳିଛି । ପ୍ରାଥମିକ ଆକଳନ ଅନୁଯାୟୀ ଆନୁମାନିକ ଏକ କୋଟିରୁ ଅଧିକ ଟଙ୍କାର  ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ ହୋଇଛି । ତେବେ ଚଢ଼ଉ ଜାରି ଥିବାରୁ ଏ ସର୍ମ୍ପକରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଆଧିକାରିକ ଘୋଷଣାକୁ ଅପେକ୍ଷା କରାଯାଇଛି। ଏ ସର୍ମ୍ପକରେ ଇଂ ପଣ୍ଡା କହିଛନ୍ତି ଯେ, ଭିଜିଲାନ୍ସ ବିଭାଗ ପକ୍ଷରୁ ଯାଞ୍ଚ କରାଯାଉଛି। ମୋର ସେଭଳିଆ କିଛି ନାହିଁ, ଯାଞ୍ଚରେ ଯାହା ଜଣାପଡିବ ଏବଂ ସେମାନେ ଯାଞ୍ଚ କରୁଛନ୍ତି । ସୂଚନାଯୋଗ୍ୟ ଯେ, ବିଗତ ଗତ ୧୦ ତାରିଖରେ ସମ୍ବଲପୁର ଠାରେ ରହିଥିବା ଓମଫେଡର ଶାଖା ୟୁନିଟ ସମଲେଶ୍ୱରୀ ଦୁଗ୍ଧ ୟୁନିୟନର ଡିଜିଏମଙ୍କ ଘର ଓ କାର୍ଯ୍ୟାଳୟରେ ଚଢ଼ଉ, ଜମନକିରାର ଲ୍ୟାମ୍ପସର ମ୍ୟାନେଜିଂ ଡାଇରେକ୍ଟର ଫଣିନ୍ଦ୍ର ସାହୁ ଙ୍କ ଗୃହ ଓ କାର୍ଯ୍ୟାଳୟରେ ଚଢ଼ଉ କରାଯାଇଥିବା ବେଳେ କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଭିଜିଲାନ୍ସ ପକ୍ଷରୁ ଠାବ କରାଯାଇ ମାମଲା ରୁଜୁ କରାଯାଇଥିବାର ନଜିର ରହିଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories