ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ଗ୍ରାଫ୍ । ୫୦ ହଜାର ତଳକୁ ଖସିଲା ଦୈନିକ କରୋନା ମାମଲା । ଗତ କିଛି ଦିନ ହେବ ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି । ଗତ ୨୪ ଘଣ୍ଟାରେ ୪୪ ହଜାର ୮୭୭ ମାମଲା ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ୬୮୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ଦେଶରେ ମୋଟ୍ କରୋନା ସକ୍ରିୟ ମାମଲା ରହିଛି ୫,୩୭,୦୪୫ । ଆଜିର ମୃତକଙ୍କୁ ମିଶାଇ ଦେଶରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୫,୦୮,୬୬୫କୁ ବୃଦ୍ଧି ପାଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ପଜିଟିଭିଟି ହାର ମଧ୍ୟ ଦେଶରେ ଖସିବାରେ ଲାଗିଛି । ଦେଶରେ ଦୈନିକ ପଜିଟିଭିଟି ହାର ୩.୧୭% ରହିଛି ।
Popular Categories



