www.samajalive.in
Wednesday, December 10, 2025
15.1 C
Bhubaneswar

ସ୍ୱାମୀ ପରିତ୍ୟକ୍ତାଙ୍କ ପାଇଁ ମଧ୍ୟ ଆଇନ ଆସୁ: ଓୱେସୀ

ହାଇଦରାବାଦ : କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା ତିନି ତଲାକ ବିରୋଧୀ ଅଧ୍ୟାଦେଶ ସମ୍ପୂର୍ଣ୍ଣ ଭାବେ ମୁସଲମାନ ମହିଳା ବିରୋଧୀ ବୋଲି ଏଆଇଏମ୍‍ଆଇଏମ୍‍ ଅଧ୍ୟକ୍ଷ ଅସାଦୁଦ୍ଦିନ ଓୱେସୀ କହିଛନ୍ତି। ଏହା ମୁସଲମାନ ମହିଳାମାନଙ୍କୁ ନ୍ୟାୟ ପ୍ରଦାନ କରିବ ନାହିଁ। ଇସଲାମରେ ବିବାହ ଏକ ସାମାଜିକ ରାଜିନାମା। ଏହା ବିରୋଧରେ ଆଇନ ଆଣିବା ଭୁଲ ବୋଲି ସେ ମତ ଦେଇଛନ୍ତି। ତିନି ତଲାକ ମାମଲାରେ ମୁସଲମାନ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ପ୍ରଧାନମନ୍ତ୍ରୀ ଅଧ୍ୟାଦେଶ ଆଣିଲେ ଏବେ ସ୍ୱାମୀ ପରିତ୍ୟକ୍ତାମାନଙ୍କ ନିମନ୍ତେ ମଧ୍ୟ ଆଇନ ଆଣନ୍ତୁ ବୋଲି ସେ ଦାବି କରିଛନ୍ତି। ଦେଶରେ ଏଭଳି ୨୪ ଲକ୍ଷ ମହିଳା ଅଛନ୍ତି ଯେଉଁମାନଙ୍କ ସ୍ୱାମୀ ନିର୍ବାଚନୀ ସତ୍ୟପାଠରେ ପତ୍ନୀ ଜୀବିତ; ମାତ୍ର ତାଙ୍କ ସହିତ ଏକତ୍ର ରହୁ ନ ଥିବା ଦର୍ଶାଇଛନ୍ତି। ଏହି ମହିଳାମାନଙ୍କୁ ନ୍ୟାୟ ପ୍ରଦାନ ନିମନ୍ତେ ଦେଶରେ ଆଇନ ବ୍ୟବସ୍ଥା କରାଯିବାର ଆବଶ୍ୟକତା ରହିଛି ବୋଲି ଓୱେସୀ ଟ୍ୱିଟର୍‍ରେ ଉଲ୍ଲେଖ କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories