www.samajalive.in
Sunday, December 7, 2025
18.1 C
Bhubaneswar

ଜାଣନ୍ତୁ କ୍ରେଡିଟ୍‍ କାର୍ଡକୁ ନେଇ କିଛି ତଥ୍ୟ

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି କ୍ରେଡିଟ୍‍ କାର୍ଡର ଚାହିଦା । କ୍ରେଡିଟ୍‍ କାର୍ଡ ପ୍ରତି ଲୋକମାନେ ଆକୃଷ୍ଟ ହେଉଛନ୍ତି । ଆପଣ କ୍ରେଡିଟ୍‍ କାର୍ଡକୁ ନେଇ କିଛି ଅଜଣ କଥା ଜାଣିଛନ୍ତି କି ? ତେବେ ଆସନ୍ତୁ ଜାଣିନିଅନ୍ତୁ କ୍ରେଡିଟ୍‍ କାର୍ଡ ବିଷୟରେ କିଛି ତଥ୍ୟ ।

ସୂଚନା ଯୋଗ୍ୟ କ୍ରେଡିଟ୍‍ କାର୍ଡ ଉପରେ ଆର୍ଥିକ ଶୁଳ୍କ ସାଧାରଣତଃ ବାର୍ଷିକ ୪୦%ରୁ ଅଧିକ ହୋଇଥାଏ । ପ୍ରାୟତଃ କ୍ରେଡିଟ୍‍ କାର୍ଡଧାରୀଙ୍କ ଧାରଣା ରହିଛି ଏଟିଏମ୍‍ ଓ କ୍ରେଡିଟ୍‍ କାର୍ଡର ବ୍ୟବହାର ଟଙ୍କା ଦେଣନେଣକୁ ନେଇ ଏକାପରି । ହେଲେ ଏହା ସମ୍ପୂର୍ଣ୍ଣ ଭୁଲ । କ୍ରେଡିଟ୍‍ କାର୍ଡରେ ଟଙ୍କା ଉଠାଇବା ଭୁଲ । ନଗଦ ଟଙ୍କା ଉଠାଇବା ପାଇଁ ଏଟିଏମ୍‍ ବ୍ୟବହାର କରନ୍ତୁ । କାରଣ ଏଥିପାଇଁ ଆପଣଙ୍କୁ ଚାର୍ଜ ଲାଗିଥାଏ ।

- Advertisement -

ନିଜର ଖର୍ଚ୍ଚକୁ ଦେଖି କ୍ରେଡିଟ୍‍ କାର୍ଡ ବ୍ୟବହାର କରନ୍ତୁ । ଆମାଜନ ପେ ଆଇସିଆଇସିଆଇ କ୍ରେଡିଟ କାର୍ଡ ହେଉଛି ଆଜୀବନ ମାଗଣା କାର୍ଡ । ହେଲେ ଅଧିକ ଖର୍ଚ୍ଚ ପାଇଁ ଏହି କାର୍ଡ ବିକଳ୍ପ ହୋଇନପାରେ । ପେଟ୍ରୋଲ ଏବଂ ଡିଜେଲ କିଣିବାବେଳେ ଇନ୍ଧନ କ୍ରେଡିଟ କାର୍ଡ ସହିତ ଦେୟ ଦେବା ଅଧିକ ଲାଭଦାୟକ ।
କ୍ରେଡିଟ୍‍ କାର୍ଡଧାରୀ ମାନେ ପ୍ରାୟତଃ ଭାବନ୍ତି କ୍ରେଡିଟ୍ କାର୍ଡ ମାଧ୍ୟମରେ କରାଯାଇଥିବା କିଛି କାରବାର ବିନା ସୁଧରେ ହୋଇଥାଏ । ପ୍ରକୃତରେ କ୍ରେଡିଟ୍ କାର୍ଡଗୁଡିକ ୪୫-୫୦ ଦିନର ବିନାସୁଧ ପ୍ରଦାନ କରିଥାଏ ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories