www.samajalive.in
Sunday, December 7, 2025
26.1 C
Bhubaneswar

ପାକିସ୍ତାନ ବ୍ୟାଟିଂ ବିଫଳ ; ଭାରତ ପାଇଁ ବିଜୟ ଲକ୍ଷ୍ୟ ୧୬୩

ଦୁବାଇ : ଚଳିତ ଏସିଆ କପ୍‍ରେ ପ୍ରତିପକ୍ଷ ବଦଳିବା ସହ ଭାରତୀୟ ବୋଲରଙ୍କ ପ୍ରଦର୍ଶନରେ ମଧ୍ୟ ଉନ୍ନତି ଘଟିଛି। ଦିନକ ତଳେ ଦୁର୍ବଳ ହଂକଂ ବିପକ୍ଷରେ ଦୁର୍ବଳ ପ୍ରଦର୍ଶନ କରିଥିବା ଭାରତୀୟ ବୋଲର ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ତାଙ୍କ ପ୍ରଦର୍ଶନର ସ୍ତରକୁ ବହୁତ ଉପରକୁ ନେଇ ପାରିଛନ୍ତି। ଫଳରେ ବୁଧବାର ଗ୍ରୁପ୍‍ ‘ଏ’ ମ୍ୟାଚ୍‍ରେ ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନ ବିପର୍ଯ୍ୟୟ ଭୋଗିଛି। ୪୩.୧ ଓଭରରେ ପାକିସ୍ତାନ ମାତ୍ର ୧୬୨ ରନ୍‍କରି ଅଲ୍‍ଆଉଟ ହୋଇଯାଇଛି। ପାକିସ୍ତାନକୁ ହରାଇ ଗ୍ରୁପ୍‍ ‘ଏ’ ଶୀର୍ଷରେ ପହଞ୍ଚିବା ଲାଗି ୧୬୩ ରନ୍‍ ଲକ୍ଷ୍ୟରେ ଭାରତ ଇନିଂସ ଆରମ୍ଭ କରିଛି।


ଟସ୍‍ ଜିତିବା ପରେ ପାକିସ୍ତାନ ଆଶା ଅନୁସାରେ ବ୍ୟାଟିଂ ନେଇଥିଲା। ଭୁବନେଶ୍ୱର କୁମାର ତାଙ୍କ ପ୍ରଥମ ୩ ଓଭରରେ ପାକିସ୍ତାନର ଦୁଇ ସଫଳ ଓପ୍‍ନର ଇମାମ୍‍-ଉଲ୍‍-ହକ୍‍ ଓ ଫଖର ଜମାନ୍‍ଙ୍କୁ ଆଉଟ କରି ଦେଇଥିଲେ। ଉଭୟ ଭୁବନେଶ୍ୱର ଓ ଯଶ୍‍ପ୍ରୀତ ବୁମ୍‍ରା ଆରମ୍ଭରୁ ରନ୍‍ ନ ଦେବାରୁ ପାକିସ୍ତାନୀ ଓପ୍‍ନର ଧୈର୍ଯ୍ୟ ହରାଇଥିଲେ; ଫଳତଃ ତ୍ରୁଟି କରିଥିଲେ। ଉଭୟ ଇମାମ୍‍ ଓ ଜମାନ୍‍ ଆକ୍ରମଣାତ୍ମକ ସଟ୍‍ ଖେଳିବା ପ୍ରୟାସରେ ୱିକେଟ ଫିଙ୍ଗିଥିଲେ। ୫ ଓଭରରେ ୩ ରନ୍‍ରେ ୨ଟି ୱିକେଟ ହରାଇ ପାକିସ୍ତାନ କଷ୍ଟସାଧ୍ୟ ସ୍ଥିତିରେ ଥିବା ଦଳର ଶ୍ରେଷ୍ଠ ବ୍ୟାଟ୍‍ସମ୍ୟାନ ବାବର ଆଜମ୍‍ ଓ ସବୁଠାରୁ ଅଭିଜ୍ଞ ସୋଏବ୍‍ ମାଲିକ୍‍ ପରବର୍ତ୍ତୀ ୧୭ ଓଭର ଆଉ ୱିକେଟ ପଡ଼ିବାକୁ ଦେଇନଥିଲେ। ଦୁହେଁ ଲଢ଼ୁଆ ବ୍ୟାଟିଂକରି ୮୨ ରନ୍‍ ଯୋଗ କରିଥିଲେ। ୬୨ ବଲ୍‍ରୁ ୬ଟି ଚୌକା ସହ ୪୭ ରନ୍‍ କରିଥିବା ବାବର ଆଜମ୍‍ଙ୍କୁ ବୋଲ୍‍ଡକରି କୁଲଦୀପ ଯାଦବ ଏହି ଯୋଡ଼ି ଭାଙ୍ଗିଥିଲେ। ପରେ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ସୋଏବ୍‍ ମାଲିକ୍‍ ୪୩ ରନ୍‍କରି ରନ୍‍ଆଉଟ ହୋଇଥିଲେ। ଏହାସହ ୩୬ ରନ୍‍ରେ ପାକିସ୍ତାନ ୫ଟି ୱିକେଟ ହରାଇ ଅସୁବିଧାରେ ପଡ଼ି ଯାଇଥିଲା। ଅଧିନାୟକ ସର୍ଫରାଜ ଅହମ୍ମଦ ୬, ଆସିଫ୍‍ ଅଲୀ ୯ ଓ ସଦ୍ଦାବ୍‍ ଖାଁ ୮ ରନ୍‍ କରିଥିଲେ। ୧୨୧ ରନ୍‍ରେ ୭ଟି ୱିକେଟ ପଡ଼ିଯିବା ପରେ ଫହିମ୍‍ ଅସ୍ରଫ୍‍ ଓ ମହମ୍ମଦ ଆମିର ୨୭ ରନ୍‍ ଯୋଗ କରିଥିଲେ। ଅସ୍ରଫ୍‍ ୨ଟି ଚୌକା ସହ ୨୧ ରନ୍‍ କରିଥିଲେ। ଆମିର ୧୮ ରନ୍‍କରି ଅପରାଜିତ ଥିଲେ। ଭୁବନେଶ୍ୱର କୁମାର ଓ କେଦାର ଯାଦବ ୩ଟି ଲେଖାଏଁ ଏବଂ ଯଶପ୍ରୀତ ବୁମ୍‍ରା ୨ଟି ୱିକେଟ ନେଇଥିଲେ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories