www.samajalive.in
Sunday, December 7, 2025
13.1 C
Bhubaneswar

ଆମେରିକାରେ କମୁଛି କରୋନା ସଂକ୍ରମଣ, ଦେଢ଼ ଲକ୍ଷ ତଳେ ରହିଛି ଦୈନିକ ମାମଲା

ୱାଶିଂଟନ: କରୋନା କବଳରୁ ଧୀରେ ଧୀରେ ମୁକୁଳୁଛି ଆମେରିକା । ସଂକ୍ରମଣ ହ୍ରାସ ପଉଥିବା ବେଳେ ମୃତ୍ୟୁସଂଖ୍ୟାରେ ବି ଧୀରେ ଧୀରେ ରୋକ୍‍ ଲାଗୁଛି । ଆମେରିକାରେ ଗତ ୨୪ ଘଣ୍ଟାରେ ଆଉ ୧ ଲକ୍ଷ ୨୬ ହଜାର ୯୫୬ ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ୧ ହଜାର ୬୭ ଜଣଙ୍କ ଜୀବନ ନେଇଛି କରୋନା । ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ୧ ଲକ୍ଷ ୮୧ ହଜାର ୫୦୫ ଜଣ । ଯାହାକି ସଂକ୍ରମଣ ତୁଳନାରେ ୫୪ ହଜାର ୫୪୯ ମାମଲା ଅଧିକ ରହିଛି । ସୁସ୍ଥତା ସଂଖ୍ୟା ବଢ଼ୁଥିବାରୁ ଆମେରିକାବାସୀ ଆଶ୍ୱସ୍ଥି ଅନୁଭବ କରୁନ୍ତି । ଗତ କିଛିଦିନ ହେଲା ଆମେରିକାରେ ଦୈନିକ ସଂକ୍ରମଣ ମାମଲା ୭ଲକ୍ଷ ଅତିକ୍ରମ କରୁଥିଲା । ସଂକ୍ରମଣ ତୁଳନାରେ ସୁସ୍ଥତା ହାର କମ୍‍ ମଧ୍ୟ ରହୁଥିଲା । ହେଲେ ବର୍ତ୍ତମାନ ସଂକ୍ରମଣ ଓ ମୃତ୍ୟୁସଂଖ୍ୟାରେ ଧୀରେ ଧୀରେ ରୋକ୍‍ ଲାଗୁଛି । ଅନ୍ୟପଟେ ଆମେରିକାରେ ଏଯାଏ ମୋଟ ୭ କୋଟି ୮୨ ଲକ୍ଷ ୮୬ ହଜାର ୧୮୭ ଜଣ କରୋନା ପଜିଟିଭ ଚିହ୍ନଟ ହେଲେଣି । ସେଥିମଧ୍ୟରୁ ୯ ଲକ୍ଷ ୨୮ ହଜାର ୩୫୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ବି କରୋନା ସକ୍ରିୟ ମାମଲା ୨ କୋଟି ୯୧ ଲକ୍ଷ ୫୪ ହଜାର ୩୫୫ ରହିଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories