www.samajalive.in
Sunday, December 7, 2025
26.1 C
Bhubaneswar

ଆରକ୍ଷୀ ଅଧିକ୍ଷକଙ୍କ ଗୋଳନ୍ଥରା ଥାନା ଅଞ୍ଚଳରେ ଆଇନଶୃଙ୍ଖଳା ନେଇ ଲୋକଙ୍କ ସହ ଆଲୋଚନା

ଗୋପାଳପୁର : ଆଉ ମାତ୍ର ୧୧ ଦିନ‌ ପରେ ରଙ୍ଗେଇଲୁଣ୍ଡା ବ୍ଲକରେ ପଞ୍ଚାୟତ ନିର୍ବାଚନ ନିମନ୍ତେ ଭୋଟଦାନ ଅନୁଷ୍ଠିତ ହେବ । ଏହା ମଧ୍ୟରେ ବିଭିନ୍ନ ରାଜନୈତିକ ଦଳ ସମେତ ପ୍ରାର୍ଥୀ ମାନଙ୍କ ପକ୍ଷରୁ ନିଜ ନିଜର ସମର୍ଥକଙ୍କ ସହ ଗାଁ ଗାଁ ବୁଲି ପ୍ରଚାର କୁ ଜୋର ଦାର କରିଥିବା ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯିବା ସହ ନିଜେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର ବିଭିନ୍ନ ଗାଁ ଗସ୍ତ କରି ସାଧାରଣ ଜନତାଙ୍କ ସହ ସିଧାସଳଖ ମିଶି ଗାଁ ରେ କୌଣସି ଅଶାନ୍ତକର ବାତାବରଣ ସୃଷ୍ଟି ହେବା କିମ୍ବା ପ୍ରାର୍ଥୀ ମାନଙ୍କ ପକ୍ଷରୁ ଭୋଟରଙ୍କୁ ଡରାଇବା ଧମକ ଦେବା ଭଳି ସ୍ଥିତି ନେଇ ଆଲୋଚନା କରୁଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ଆଜି ଶ୍ରୀ ମିଶ୍ର ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋଳନ୍ଥରା, କନିଷି, ପଞ୍ଚମା, ହଳଦିଆପଦର ପ୍ରଭୃତି ଗାଁ ଗସ୍ତ କରି ଲୋକଙ୍କ ସହ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସଦର ଏସଡିପିଓ ଶିବଶଙ୍କର ମହାପାତ୍ର, ଗୋଳନ୍ଥରା ଥାନା ଆଇଆଇସି ବିବେକାନନ୍ଦ ମହନ୍ତ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories