www.samajalive.in
Sunday, December 7, 2025
18.1 C
Bhubaneswar

ଘନଉଛି ଯୁଦ୍ଧର ବାଦଲ

ନୂଆଦିଲ୍ଲୀ: ୟୁକ୍ରେନ୍‍ ନିକଟରେ ବଳ ଗୋଟାଉଛି ଋଷ । ଘନଉଛି ଯୁଦ୍ଧର ବାଦଲ । ଚିନ୍ତାରେ ଆମେରିକା ସରକାର । ୟୁକ୍ରେନ ନିକଟରେ ବୃଦ୍ଧି ପାଇଛି ଋଷ ସେନାର କାର୍ୟ୍ୟକଳାପ । ରୁଷର ସୈନ୍ୟବାହିନୀର କାର୍ୟ୍ୟକଳାପକୁ ଦେଖି ଆମେରିକା ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଆମେରିକାର ଅଧିକାରୀମାନେ ଏନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଅଧିକାରୀଙ୍କ କହିବା ଅନୁସାରେ ଖୁବଶୀଘ୍ର ଋଷ ସରକାର ୟୁକ୍ରେନ ଉପରେ ଆକ୍ରମଣ କରିପାରେ।

ୟୁକ୍ରେନ ନିକଟରେ ରୁଷ ତାର ସୈନ୍ୟ ଠୁଳ କରିବାରେ ଲାଗିଛି । ଯାହାକି ଯୁଦ୍ଧର ପୂର୍ବାଭାଷ ବୋଲି କୁହାଯାଉଛି । ଡିସେମ୍ବର ୨୦୨୧ ସୁଦ୍ଧା ୟୁକ୍ରେନ ନିକଟରେ ରୁଷ ୫୩ ବାଟାଲିୟନ ମୁତୟନ କରିଥିଲା । ପରେ ଜାନୁଆରୀ ୨୦୨୨ରେ ବାଟାଲିୟନର ସଂଖ୍ୟାକୁ ୬୦ କୁ ବୃଦ୍ଧି କରିଥିଲା । ହେଲେ ବର୍ତ୍ତମାନ ସେହି ସମାନ ସ୍ଥାନରେ ଋଷ ବାଟାଲିୟନ ସଂଖ୍ୟା ୮୩କୁ ବୃଦ୍ଧି କରିଛି ।

- Advertisement -

ଆମେରିକାର କିଛି ବିଶ୍ଳେଷକଙ୍କ ଏ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଋଷ ଓ ଆମେରିକା ମଧ୍ୟରେ ଆଲୋଚନା ବିଫଳ ହୋଇଛି । ଏପରି ପରିସ୍ଥିତିରେ ଯେକୌଣସି ସମୟରେ ଯୁଦ୍ଧ ହୋଇପାରେ । ଆଉ ଋଷ ଆକ୍ରମଣ କରିପାରେ । ଫେବୃଆରୀ ୪, ଶୁକ୍ରବାର ଦିନ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏ ନେଇ ତାରଙ୍କର ବିବୃତି ରଖିଛନ୍ତି । ତାଙ୍କର ବିବୃୃତିରେ ସେ କହିଛନ୍ତି କି ଆମେ ଆମେରିକାକୁ ଚ୍ୟାଲେଞ୍ଜ କରିପାରିବୁ । ଆମେରିକାକୁ ଚ୍ୟାଲେଞ୍ଜ କରିବା ପାଇଁ ଚୀନର ସହାୟତା ନେବୁ ।

ଋଷର ଗଣମାଧ୍ୟମ ଅନୁଯାୟୀ, ଫେବ୍ରୁଆରୀ ୧୪ ସୁଦ୍ଧା ୠଷର ସଂସଦୀୟ ସଦସ୍ୟମାନେ ୟୁକ୍ରେନର ଡୋନ୍ବାସ୍ ଅଞ୍ଚଳରେ ପହଞ୍ଚିବେ । ଆମେରିକାର ଅଧିକାରୀମାନେ ଏହି ଘଟଣାର ତୀକ୍ଷ୍ଣ ନଜର ରଖିଛନ୍ତି। ଆମେରିକାର ଅଧିକାରୀମାନେ ଭୟ କରୁଛନ୍ତି ବୋଲି ଋଷର ଗଣମାଧ୍ୟମ ସଂସ୍ଥା ସୂଚନା ଦେଇଛି ।

Hot this week

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

Related Articles

Popular Categories