ନୂଆଦିଲ୍ଲୀ: ସୁର ସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପରଲୋକରେ ପ୍ରଧାମନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ଲତାଙ୍କ ବିୟୋଗରେ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ କରିବାରକୁ ସମବେଦନା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟରେ ଲେଖିଛନ୍ତି ମୁଁ ଏପରି ଖବର ଶୁଣି ବୁହୁତ ଦୁଃଖିତ । ଲତା ଦିଦି ଆମକୁ ଛାଡି ଚାଲିଯାଇଛନ୍ତି । ସର୍ବଦା ଲତା ଦିଦିଙ୍କଠାରୁ ଅପାର ସ୍ନେହ ପାଇଛି । ତାଙ୍କ ସହ ମୋର ସବୁ ସ୍ମୃତି ମନେରହିବ । ସେ ଆମ ଦେଶରେ ଏକ ଶୂନ୍ୟସ୍ଥାନ ଛାଡିଛନ୍ତି ଯାହା ପୂରଣ କେହି କରିପାରିବେ ନାହିଁ ବୋଲି ମୋଦି କହିଛନ୍ତି । ଆଗାମୀ ପିଢ଼ି ତାଙ୍କୁ ମନେ ରଖିବେ । ତାଙ୍କର ସ୍ୱରରେ ଲୋକଙ୍କ ମନ ଜିଣିବାରେ ଅପୂର୍ବ କ୍ଷମତା ଥିଲା ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।
Popular Categories



