www.samajalive.in
Sunday, December 7, 2025
18.1 C
Bhubaneswar

ଏହି ବ୍ୟାଙ୍କର ଲାଇସେନ୍ସ ବାତିଲ କଲା ଆରବିଆଇ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଇଣ୍ଡିପେଣ୍ଡେନ୍ସ କୋ-ଅପରେଟିଭ୍‍ ବ୍ୟାଙ୍କ ଏଲଟିଡିର ଲାଇସେନ୍ସକୁ ବାତିଲ କଲା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) । ଲାଇସେନ୍ସ ବାତିଲ ହେତୁ ଏହି ବ୍ୟାଙ୍କ ଆଉ ଗ୍ରାହକଙ୍କୁ ସେବା ଯୋଗାଇପାରିବ ନାହିଁ । ଗତକାଲି ଏନେଇ ଆରବିଆଇ ଏକ ବିବୃତି ରଖିଥିଲା । ବିବୃତିରେ ଆରବିଆଇ କହିଥିଲା ବ୍ୟାଙ୍କର ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ଗତ ବର୍ଷ ମଧ୍ୟ ଏଥିରେ କିଛି ପ୍ରତିବନ୍ଧକ ଲଗାଇଛି । ତତ୍କାଳୀନ ନିଷ୍ପତ୍ତି ହେତୁ ଗ୍ରାହକମାନେ ୬ ମାସ ପାଇଁ ଟଙ୍କା ଉଠାଇପାରିବେ ନାହିଁ । ବ୍ୟାଙ୍କର ବ୍ୟବସାୟିକ ଅବସ୍ଥାରେ ଉନ୍ନତିର ଅଭାବ ହେତୁ ଲାଇସେନ୍ସ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଗ୍ରାହକଙ୍କ ପାଇଁ ଆରବିଆଇ ତାର ବିବୃତିରେ ଆହୁରି ମଧ୍ୟ କହିଛି । ଗ୍ରାହକମାନେ ନିୟମ ଅନୁଯାୟୀ ଟଙ୍କା ପାଇବେ । ମହାରାଷ୍ଟ୍ରର ନାଶିକ ସହରରେ ଥିବା ଇଣ୍ଡିପେଣ୍ଡନ୍ସ କୋ-ଅପରେଟିଭ୍‍ ବ୍ୟାଙ୍କ ଲାଇସେନ୍ସ ବାତିଲ କରିବା ସମୟରେ ଆରବିଆଇ ସଂପୃକ୍ତ ବିଭାଗ ଏବଂ ଅଧିକାରୀମାନଙ୍କୁ ଏ ବିଷୟରେ ସୂଚନା ଦେଇଛି। ନିୟମ ଅନୁଯାୟୀ ଗ୍ରାହକଙ୍କ ଜମା ଫେରସ୍ତକୁ ନେଇ ବ୍ୟାଙ୍କ ମଧ୍ୟ ପଦକ୍ଷେପ ନେବାକୁ କହିଛି। ଆରବିଆଇର ନିର୍ଦ୍ଦେଶ ଅନୁଯାୟୀ ୫ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଜମା ବ୍ୟାଙ୍କର ଗ୍ରାହକଙ୍କୁ ଫେରସ୍ତ କରାଯିବ। ବ୍ୟାଙ୍କର ତଥ୍ୟ ଅନୁଯାୟୀ, ଏଠାରେ ୯୯% ଆକାଉଣ୍ଟଧାରୀ ସେମାନଙ୍କର ସମ୍ପୂର୍ଣ୍ଣ ରାଶି ପାଇପାରିବେ । କେବଳ  ୧ ପ୍ରତିଶତ ଗ୍ରାହକ ପ୍ରଭାବିତ ହେବେ ।

- Advertisement -

ନିୟମ ଅନୁସାରେ ଯଦି ବ୍ୟାଙ୍କ ବନ୍ଦ ହୋଇଯାଏ । ଗ୍ରାହକ ମାନେ ୫ଲକ୍ଷ ଟଙ୍କା ଯାଏ ଫେରସ୍ତ ପାଇପାରିବେ । ଯଦି କୌଣସି ଗ୍ରାହକ ୫ଲକ୍ଷ ଟଙ୍କା ଠାରୁ ଅଧିକ ଟଙ୍କା ଜମା ରଖିଥାନ୍ତି । ତେବେ ଗ୍ରାହକ ମାନେ ପାଇପାରିବେ ନାହିଁ । ବ୍ୟାଙ୍କର ତଥ୍ୟ ଅନୁସାରେ ୨୭ ଜାନୁୟାରୀ ୨୦୨୨ ମଧ୍ୟରେ ବ୍ୟାଙ୍କ ୨.୩୬ କୋଟି ଟଙ୍କା ଗ୍ରାହକଙ୍କୁ ଫେରସ୍ତ କରିସାରିଛି

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories