www.samajalive.in
Tuesday, December 9, 2025
16.1 C
Bhubaneswar

କେତେଥର ମୁହାଁମୁହିଁ ହୋଇଛନ୍ତି ଭାରତ-ପାକିସ୍ତାନ

କଟକ : ଶନିବାର ଠାରୁ ଏସିଆ କପର ଆରମ୍ଭ ହୋଇଛି। ଏହି କପରେ ଭାରତ ପାକିସ୍ତାନ ମ୍ୟାଚକୁ ସମସ୍ତଙ୍କ ନଜର ରହିଛି। ସେପ୍ଟେମ୍ବର ୧୯ ତାରିଖରେ ଏହି ମ୍ୟାଚ ଖେଳାଯିବ। ତେବେ ଆସନ୍ତୁ ଜାଣିବା ଚିର ପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ତାନ କେତେ ଥର ମୁହାଁମୁହିଁ ହୋଇଛନ୍ତି।
ଭାରତ ତାର ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନ ବିରୁଦ୍ଧରେ ଆଜି ପର୍ୟ୍ୟନ୍ତ ୫୯ଟି ଟେଷ୍ଟ, ୧୨୯ଟି ଏକଦିବସୀୟ ଏବଂ ୦୮ ଟି-୨୦ ମ୍ୟାଚ ଖେଳିଛି। ୫୯ଟି ଟେଷ୍ଟରୁ ୧୨ଟି ମ୍ୟାଚରେ ପାକିସ୍ତାନ ବିଜୟ ଲାଭ କରିଥିବାବେଳେ ୦୯ଟି ମ୍ୟାଚରେ ଭାରତ ବିଜୟ ଲାଭ କରିଛି ଏବଂ ୩୮ଟି ମ୍ୟାଚ ଡ୍ର କିମ୍ବା ବାତିଲ ହୋଇଛି।
ସେହିଭଳି ଉଭୟ ଦେଶ ଆଜି ପର୍ୟ୍ୟନ୍ତ ୧୨୯ ଟି ଏକଦିବସୀୟ ମ୍ୟାଚ ଖେଳିଛନ୍ତି ଯେଉଁଥିରୁ ପାକିସ୍ତାନ ୭୩ଟି ମ୍ୟାଚ ଜିତିଛି ଏବଂ ଭାରତ ୫୨ଟି ମ୍ୟାଚରେ ବିଜୟ ଲାଭ କରିଛି ଏବଂ ୦୪ଟି ମ୍ୟାଚ ଡ୍ର ହୋଇଛି।
ଦୁଇ ଦେଶ ମଧ୍ୟରେ ଆଜି ପର୍ୟ୍ୟନ୍ତ ୦୮ଟି, ଟି-୨୦ ମ୍ୟାଚ ଖେଳାଯାଇଛି ଯେଉଁଥିରୁ ଭାରତ ୦୬ଟି ମ୍ୟାଚ ଜିତିଥିବା ବେଳେ ପାକିସ୍ତାନ ମାତ୍ର ଗୋଟିଏରେ ବିଜୟଲାଭ କରିଛି ଏବଂ ଗୋଟିଏ ମ୍ୟାଚ ଡ୍ର ହୋଇଛି।
ଏସିଆକପ୍ରେ ଉଭୟ ଦେଶ ମଧ୍ୟରେ ଖେଳାଯାଇଥିବା ମ୍ୟାଚ
ଏସିଆକପରେ ଉଭୟ ଦେଶ ପରସ୍ପରକୁ ୧୧ଟି ଏକଦିବସୀୟ ମ୍ୟାଚରେ ସାମ୍ନାସାମ୍ନି ହୋଇଛନ୍ତି। ଯେଉଁଥିରୁ ୪ଟିରେ ଭାରତ ବିଜୟ ଲାଭ କରିଥିବାବେଳେ ୦୬ଟି ମ୍ୟାଚରେ ପାକିସ୍ତାନ ବିଜୟଲାଭ କରିଛି। ଗୋଟିଏ ମ୍ୟାଚ ଡ୍ର ହୋଇଛି। ସେହିଭଳି ଉଭୟ ଦେଶ ଏସିଆକପରେ ଗୋଟିଏ ଟି-୨୦ ମ୍ୟାଚ ଖେଳିଛନ୍ତି। ଯେଉଁ ମ୍ୟାଚରେ ଭାରତୀୟ ଦଳ ବିଜୟଲାଭ କରିଛି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories