www.samajalive.in
Tuesday, December 9, 2025
23.1 C
Bhubaneswar

ଭାରତର ପରିଚୟ ମୋଦୀ; କଂଗ୍ରେସ କି ଇନ୍ଦିରା ନୁହେଁ – ନକବୀ

ଏବେ ଦେଶରେ ବାଧ୍ୟ ପ୍ରଧାନମନ୍ତ୍ରୀ ନୁହେଁ ବରଂ ଜଣେ ଦୃଢ଼ ପ୍ରଧାନମନ୍ତ୍ରୀ ଅଛନ୍ତି। ଏକଥା କହିଛନ୍ତି ଭାରତୀୟ ଜନତା ପାର୍ଟିର ବରିଷ୍ଠ ସଦସ୍ୟ ତଥା କେନ୍ଦ୍ର ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ମୁଖତାର ଆବାସ ନକବୀ କହିଛନ୍ତି। ଗତ ୮ ବର୍ଷ ମଧ୍ୟରେ ଦେଶର ବିଭିନ୍ନ କ୍ଷେତ୍ରରେ ଘଟିଥିବା ପରିବର୍ତ୍ତନ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରି ଶ୍ରୀ ନକବୀ ଏହା କହିଛନ୍ତି। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନାରେ ଭାଗ ନେଇ ସେ କହିଛନ୍ତି ଯେ ଆଜି ଦୁଇଟି ଭାରତ କଥା କୁହାଯାଉଛି, କିନ୍ତୁ ଆମ ଭାରତ ଏକ ଭାରତ ଓ ଶ୍ରେଷ୍ଠ ଭାରତ ଅଟେ।

ସେ କହିଛନ୍ତି ଯେ ଭାରତକୁ ପ୍ରକୃତ ଅର୍ଥରେ ଜାଣିବା ଏବଂ ଅନୁଭବ କରିବା ପାଇଁ ସମସ୍ତଙ୍କୁ ଇନ୍ଦିରା ଇଜ ଇଣ୍ଡିଆ ଓ ଇଣ୍ଡିଆ ଇଜ ଇନ୍ଦିରା ଏବଂ କଂଗ୍ରେସ ଇଜ ଇଣ୍ଡିଆ ଓ ଇଣ୍ଡିଆ ଇଜ କଂଗ୍ରେସ ଚିନ୍ତାଧାରାରୁ ବାହାରିବାକୁ ପଡିବ। ଗତ ୮ ବର୍ଷ ମଧ୍ୟରେ ଦେଶରେ ହୋଇଥିବା ୨୮ଟି ପ୍ରମୁଖ ପରିବର୍ତ୍ତନ ଭାରତକୁ ସାରା ବିଶ୍ୱରେ ଶ୍ରେଷ୍ଠ କରିପାରିଛି। ସେ କଂଗ୍ରେସକୁ ସମାଲୋଚନା କରି କହିଛନ୍ତି ଯେ ୨୦୧୪ ପୂର୍ବରୁ ଦେଶର ପ୍ରଧାନମନ୍ତ୍ରୀ କିଭଳି କାର୍ଯ୍ୟ କରିବେ ସେ ନେଇ ଅନ୍ୟ ଏକ ସ୍ଥାନରୁ ନିର୍ଦ୍ଦେଶ ଆସୁଥିଲା ଏବଂ ସରକାରଙ୍କ ନିଷ୍ପତ୍ତିକୁ କାଗଜ ଭଳି ଚିରି ଦିଆଯାଉଥିଲା। ଏବେ କିନ୍ତୁ ଦେଶରେ ସେଭଳି ବାଧ୍ୟ ପ୍ରଧାନମନ୍ତ୍ରୀ ନାହାନ୍ତି ବରଂ ଦେଶରେ ଏବେ ନରେନ୍ଦ୍ର ମୋଦୀଙ୍କ ଭଳି ଜଣେ ଦୃଢ଼ ପ୍ରଧାନମନ୍ତ୍ରୀ ଅଛନ୍ତି।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories