www.samajalive.in
Tuesday, December 9, 2025
16.1 C
Bhubaneswar

ସୁଶାନ୍ତ ମେମୋରିଆଲ କ୍ରିକେଟ ପ୍ରତିଯୋଗିତା

ତେଲକୋଇ : ତେଲକୋଇ ବ୍ଲକ ଅନ୍ତର୍ଗତ କୁଣ୍ଡେଇହତା ମ୍ୟାଙ୍ଗୋ ଷ୍ଟାଡିୟମ ଠାରେ ଓଁ ନମଃ ଶିବାୟ କ୍ରିକେଟ ସଂଘ ଆୟୋଜନ ରେ ବ୍ଲକ ସ୍ତରୀୟ ଷଷ୍ଠ ସୁଶାନ୍ତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବୁଧବାର ଉଦଯାପିତ ହୋଇଯାଇଛି।ଉକ୍ତ ପ୍ରତିଯୋଗିତାରେ ୧୬ଟି ଦଳ ଅଂଶ ଗ୍ରହଣ କରିଥିଲେ। ଆଜି ଫାଇନାଲ ମ୍ୟାଚ ଓଁ ନମଃ ଶିବାୟ କ୍ରିକେଟ କ୍ଲବ କୁଣ୍ଡେଇହତା ଓ ଲୁଲୁ ଲାୟନ୍ସ ପଳାଶୁଣି ବଡ଼ସାହି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଓଁ ନମଃ ଶିବାୟ କ୍ରିକେଟ କ୍ଲବ ଟସ ଜିତି ବ୍ୟାଟିଂ କରିଥିଲେ। ନିର୍ଦ୍ଧାରିତ ୧୫ ଓଭରରେ ସମସ୍ତ ଉଇକେଟ ହରାଇ ୧୦୬ରନ କରିଥିଲେ। ଏହାର ଜବାବରେ ଲୁଲୁ ଲାୟନ୍ସ ମଧ୍ୟ ୮ଉଇକେଟ ହରାଇ ୧୦୬ରନ କରିଥିଲେ।ଦୁଇ ଦଳ ର ରନ ସମାନ ରହିବା ପରେ ସୁପର ଓଭର ସହାୟତା ନିଆଯାଇଥିଲା। ସୁପର ଓଭରରେ ଲୁଲୁ ଲାୟନ୍ସ ୭ରନ କରିଥିବା ବେଳେ ଓଁ ନମଃ ଶିବାୟ କ୍ରିକେଟ କ୍ଲବ ୧୦ରନ କରି ବିଜୟ ଲାଭ କରିଥିଲେ। ଉକ୍ତ ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେଡ଼ି ସାଧାରଣ ସମ୍ପାଦକ ଧନୁର୍ୟ୍ୟୟ ସିଦୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସୁଶାନ୍ତ କୁମାର ମହାନ୍ତ, ଯୁଧିଷ୍ଠିର ପ୍ରଧାନ ଯୋଗ ଦେଇ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହ ଅର୍ଥ ରାଶି ପ୍ରଦାନ କରିଥିଲେ।ଅମ୍ପାୟାର ଭାବେ କାଳିଆ ପାତ୍ର, ବଳିଆ ପେଣ୍ଠେଇ ଓ ଚନ୍ଦନ ବେହେରା ଖେଳକୁ ପରିଚାଳନା କରିଥିଲେ।ଉକ୍ତ ଖେଳରେ କ୍ଲବ ର ସଭାପତି ସୁନିଲ ବେହେରା, ସୁଧୀର ବିଶ୍ୱାଳ, ରୀଙ୍କୁ ପ୍ରଧାନ, ସରୋଜ ସାହୁ, ସୁଶୀଲ ବିଶ୍ୱାଳ, କାଳିଆ ବିଶ୍ୱାଳ, ଚିକୁନ ବେହେରା ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Hot this week

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

Related Articles

Popular Categories