www.samajalive.in
Tuesday, December 9, 2025
15.1 C
Bhubaneswar

ଲୁଟେରାଙ୍କ ମିଳୁନି ପତ୍ତା, ୧୬ଦିନ ପରେ ବି ପୁଲିସ ହାତ ଖାଲି

ନୀଳଗିରି: ବାଲେଶ୍ୱର ଜିଲା ଅଧୀନ ନୀଳଗିରି ଥାନା ଅଞ୍ଚଳରେ ଦୁଇ ଜଣ ବ୍ୟବସାୟୀଙ୍କଠାରୁ ଲୁଟେରାମାନେ ମୋଟ ୩ଲକ୍ଷ ୨୫ହଜାର ଟଙ୍କା ଝାମ୍ପି ନେଇଥିଲେ । ଇତିମଧ୍ୟରେ ଏହି ଘଟଣାକୁ ୧୬ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ ହାତ ଖାଲି ରହିଛି । ସେପଟେ ପୁଲିସ ପାଖରୁ କୌଣସି ପ୍ରକାର ଭରସା ନପାଇ ଲୁଟର ଶିକାର ହୋଇଥିବା ଜଣେ ଯୁବକ ସାମାଜିକ ଗଣମାଧ୍ୟମରେ ପୁଲିସକୁ ଗୁହାରି କରୁଥିବା ଦେଖିବାକୁ ମିଳିଛି।

ଗତ ଜାନୁୟାରୀ ମାସ ୧୯ତାରିଖରେ ନୀଳଗିରି ଥାନା ଅଧୀନ ଟଣକା ଗାଁର ଶ୍ରୀକାନ୍ତ ମଲିକ ନାମକ ବ୍ୟବସାୟୀ ଜାମା ଭିତରେ ୨ଲକ୍ଷ ୩୦ହଜାର ଟଙ୍କା ଧରି ନୀଳଗିରିକୁ ପାୱାର ଟିଲର କିଣିବାକୁ ଆସୁଥିଲେ। ପଞ୍ଚଲିଙ୍ଗେଶ୍ୱର-ନୀଳଗିରି ରାସ୍ତାର ମିରିଗିଣି ନିକଟରେ ପଛପଟୁ ୩ଜଣ ଦୁର୍ବୃତ୍ତ ଗୋଟିଏ ମୋଟର ସାଇକଲରେ ପହଞ୍ଚି ଆଡ୍ଡା କରିବା ସହ ଯୁବକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଜାମା ଭିତରେ ଥିବା ଟଙ୍କା ଝାମ୍ପି ଚମ୍ପଟ ମାରିଥିଲେ। ଏନେଇ ସେ ନୀଳଗିରି ଥାନାରେ ଏକ ଏତଲା ଦାଏର କରିଥିଲେ ହେଁ ପୁଲିସ ପକ୍ଷରୁ ତାଙ୍କୁ ସହଯୋଗ କରାଯିବା ବଦଳରେ ଓଲଟା ତାଙ୍କୁ ସନ୍ଦେହ କରି ହାଜତରେ ରଖିଦେଇଥିଲା । ଏହି ଘଟଣାରେ ସମ୍ପୃକ୍ତ ଯୁବକ କ୍ଷୋଭ ପ୍ରକାଶ କରିଛନ୍ତି। ପୁଲିସଠାରୁ କୌଣସି ଭରସା ନପାଇ ଶେଷରେ ସାମାଜିକ ଗଣମାଧ୍ୟମ ଜରିଆରେ ସମ୍ପୃକ୍ତ ଯୁବକ ଉଦବେଗ ପ୍ରକାଶ କରିଛନ୍ତି।

- Advertisement -

ସେ କହିଛନ୍ତି ଯେ, ନିଜ ଟଙ୍କାକୁ ଲୁଟ କରି କାହାରିକୁ ବଦନାମ କରିବାକୁ ଚାହୁଁନାହାଁନ୍ତି, କିନ୍ତୁ ପୁଲିସ ଏହି ଘଟଣାରେ ପକ୍ଷପାତିତା ନକରି ବରଂ ଲୁଟିଆଙ୍କୁ ଧରିବାରେ ଆଗଭର ହେବା ଉଚିତ। ଅପରପକ୍ଷରେ ଉକ୍ତ ଦିନ ମଧ୍ୟ ଅଯୋଧ୍ୟା ଗାଁର ବ୍ୟବସାୟୀ ମାଧିଆ ଓରଫ ପ୍ରଫୁଲ ଦାସ ନୀଳଗିରି ଷ୍ଟେଟବ୍ୟାଙ୍କରୁ ୯୫ହଜାର ଟଙ୍କା ଉଠାଇ ମୋଟର ସାଇକଲରେ ଘରକୁ ଫେରୁଥିବା ସମୟରେ ଜଗନ୍ନାଥ ମନ୍ଦିର ଗଡ଼ାଣରୁ ଘାଟଘରସାହି ରାସ୍ତାରେ ପଛପଟୁ ୨ଜଣ ଦୁର୍ବୃତ୍ତ ମୋଟର ସାଇକଲରେ ଆସି ତାଙ୍କ ଟଙ୍କା ବ୍ୟାଗକୁ ଝାମ୍ପି ଚମ୍ପଟ ମାରିଥିଲେ। ନୀଳଗିରି ସହରରେ ଦୁଇଟି ଛିନତାଇ ଘଟଣାରେ ପୁଲିସ ଏଯାବତ କୌଣସି ଖିଅ ଖୋଜି ପାଉନଥିବା ଯୋଗୁ ସାଧାରଣରେ ଅସନ୍ତୋଷ ଭରି ଦେଇଛି। ଏଥିପ୍ରତି ଜିଲା ଏସପି ଦୃଷ୍ଟି ଦେବାକୁ ଦାବି ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories