www.samajalive.in
Sunday, December 7, 2025
26.1 C
Bhubaneswar

‘ନାସା’ ଯିବେ ଖିଲାଡ଼ି କୁମାର

ବଲିଉଡର ଖିଲାଡି କୁମାର ଭାବେ ଅକ୍ଷୟ କୁମାରଙ୍କ ହାତରେ ଏବେ ପୁଣି ଏକ ଦମ୍‌ଦାର୍‌ ପ୍ରୋଜେକ୍ଟ। ମିଳିଥିବା ଖବର ଅନୁସାରେ, ଆର୍‌.ବାଲକୀଙ୍କ ଆଗାମୀ ଚଳଚ୍ଚିତ୍ରରେ ସେ ମୁଖ୍ୟ ଭୂମିକାରେ ଦେଖାଦେବେ। ମହାକାଶଚାରୀ ଭୂମିକାରେ ଅକ୍ଷୟ ଅବତୀର୍ଣ୍ଣ ହେବେ ବୋଲି ଶୁଣାଯାଉଛି। ଅନ୍ୟପାଖେ ଆସନ୍ତା ମାସ ଶେଷ ସୁଦ୍ଧା ଅକ୍ଷୟ ଆମେରିକା ମହାକାଶ ସଂସ୍ଥା ‘ନାସା’ରେ ପ୍ରଶିକ୍ଷଣ ନେବେ। ଅକ୍ଷୟ ନାସାରେ ପ୍ରଶିକ୍ଷଣ ନେଉଥିବା ପ୍ରଥମ ଭାରତୀୟ କଳାକାର ନୁହନ୍ତି, ଏହା ପୂର୍ବରୁ ସୁଶାନ୍ତ ସିଂ ରାଜପୁତ୍ ମଧ୍ୟ ନାସାରେ ପ୍ରଶିକ୍ଷଣ ନେଇଛନ୍ତି। ‘ଚନ୍ଦା ମାମା ଦୂର କେ’ରେ ସୁଶାନ୍ତ ଅଭିନୟ କରିବାର ଯୋଜନା ଥିଲା, କିନ୍ତୁ ଚଳଚ୍ଚିତ୍ରର ବଜେଟ୍ ଏତେ ବଢ଼ିଗଲା ଯେ ତାହାର କାମ ଠପ୍ ହୋଇପଡ଼ିଛି। ଗଣମାଧ୍ୟମ ଯେତେବେଳେ ଏ ସଂକ୍ରାନ୍ତରେ ଅକ୍ଷୟଙ୍କ ସହ ବାର୍ତ୍ତାଳାପ କଲା, ସେ କହିଥିଲେ ଏ ଖବର ଶୁଣି ତାଙ୍କ ମା’ ସବୁଠୁ ବେଶୀ ଖୁସି। ପୁଅ ଅଭିନୟରେ ହେଉ ପଛକେ, ଜଣେ ମହାକାଶଚାରୀ ଭୂମିକାରେ ଅବତୀର୍ଣ୍ଣ ହେବ ଓ ନାସାରେ ପ୍ରଶିକ୍ଷଣ ନେବ, ଏହା ହିଁ ଅକ୍ଷୟଙ୍କ ମା’ଙ୍କ ନିମନ୍ତେ ଏକ ବଡ଼ ଖବର ବୋଲି ସେ କହିଛନ୍ତି। ରଜନୀକାନ୍ତ, ଅକ୍ଷୟ କୁମାର, ଆମି ଜ୍ୟାକସନ୍ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ରୋବଟ୍ ୨.୦’ର ଟ୍ରେଲର ମଧ୍ୟ ଇତିମଧ୍ୟରେ ମୁକ୍ତିଲାଭ କରିସାରିଛି। ଏଥିରେ ଅକ୍ଷୟ ଖଳନାୟକ ଭୂମିକାରେ ଦେଖାଦେବେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories