www.samajalive.in
Sunday, December 7, 2025
16.1 C
Bhubaneswar

ମତଦାତାଙ୍କୁ ନିରାଶ କରୁଛନ୍ତି ଜନପ୍ରତିନିଧି – ନାଇଡୁ

ରାଜ୍ୟସଭା ଅଧ୍ୟକ୍ଷ ଏମ. ଭେଙ୍କିଆ ନାଇଡୁ କହିଛନ୍ତି ଯେ ଗଣତନ୍ତ୍ର ପ୍ରତି ମତଦାତାଙ୍କ ଆସ୍ଥା ବଢିଛି କିନ୍ତୁ ଜନପ୍ରତିନିଧି ନାଗରିକଙ୍କୁ ନିରାଶ କରଛନ୍ତି। ଚଳିତ ବଜେଟ ଅଧିବେଶନରେ ସାଂସଦମାନଙ୍କୁ ଗୃହ କାର୍ଯ୍ୟରେ ସମ୍ପୂର୍ଣ୍ଣ ଏକ ମନ ହୋଇ ସହଯୋଗ କରିବା ପାଇଁ ଶ୍ରୀ ନାଇଡୁ ଆହ୍ୱାନ ଦେଇ କହିଛନ୍ତି ଯେ ୧୯୫୧-୫୨ ସାଧାରଣ ନିର୍ବାଚନ ତୁଳନାରେ ୨୦୧୯ ନିର୍ବାଚନରେ ମତଦାତାଙ୍କର ଭାରତୀୟ ଗଣତନ୍ତ୍ର ପ୍ରତି ଆସ୍ଥା ବୃଦ୍ଧି ପାଇଛି କିନ୍ତୁ ନିର୍ବାଚିତ ଜନପ୍ରତିନିଧିଙ୍କ କାର୍ଯ୍ୟଶୈଳୀ ନିରାଶ କରିଛି।

ଆଜ ରାଜ୍ୟସଭାର କାର୍ଯ୍ୟଧାରା ଆରମ୍ଭ କରି ନିଜ ସମ୍ବୋଧନରେ ଶ୍ରୀ ନାଇଡୁ କହିଛନ୍ତି ଯେ, ପୂର୍ବ ବର୍ଷ ବଜେଟ ଅଧିବେଶନ କାଳରେ ରାଜ୍ୟସଭାର ଉତ୍ପାଦକତା ୯୪% ଥିଲା। ସେ କହିଛନ୍ତି, ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି ଏବଂ ସ୍ୱାଧୀନତା ପରେ ନିର୍ଵାଚକୁ ଏବେ ୭୦ ବର୍ଷ ପୂରଣ ହୋଇଛି।

- Advertisement -

ଦେଶର ୫ ହଜାର ସାଂସଦ, ବିଧାୟକ ଏବଂ ବିଧାନ ପରିଷଦ ସଦସ୍ୟମାନଙ୍କୁ ଲୋକତନ୍ତ୍ରକୁ ମଜବୁତ କରିବା ଦିଗରେ କାର୍ଯ୍ୟ କରିବା ଲାଗି ଶ୍ରୀ ନାଇଡୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଯେ ଆମେ ସବୁ ଏଭଳି କାର୍ଯ୍ୟ କରିବା ଉଚିତ ଯାହା ଫଳରେ ଗଣତନ୍ତ୍ର ପ୍ରତି ସାଧାରଣ ଜନତାଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇବ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories