www.samajalive.in
Sunday, December 7, 2025
23.1 C
Bhubaneswar

ରାଜଧାନୀରୁ ବନ୍ଧୁକ ମୁନରେ ଛାତ୍ରଙ୍କୁ ଅପହରଣ- ୮୦୦ କିଲୋମିଟ ବୁଲିବା ପରେ ଗିରଫ ହେଲେ ୪ ଅପହର୍ତ୍ତା

ଭୁବନେଶ୍ୱର – ରାଜଧାନୀ ଭୁବନେଶ୍ୱରରୁ ଛାତ୍ରଙ୍କୁ ଅପହରଣ କରିବା ପରେ ୮୦୦ କିଲୋମିଟର କାର୍‌ରେ ବୁଲିଲେ ଅପହର୍ତ୍ତା । ସେମାନଙ୍କର ପିଛା କରି ପୋଲିସ ବି ୭୦୦ କିଲୋମିଟର ବୁଲିଥିବା ପୋଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି । ଲକ୍ଷ୍ମୀସାଗରରେ ଥିବା ଏକ ଓମ୍‌ଫେଡ୍‌ ଚା ବୁଥ୍‌ ନିକଟରୁ ଏହି ଛାତ୍ରଙ୍କୁ ଅପହର୍ତ୍ତାମାନେ ଅପହରଣ କରିଥିଲେ । ଅଣ୍ଟାରେ ବନ୍ଧୁକ ଲଗାଇ ଅପହରଣ ଖରିବା ପରେ ଏକ ମାରୁତି ସ୍ୱିଫ୍ଟ କାର୍‌ରେ ସେମାନେ ରାଜ୍ୟର ବିଭିନ୍ନ ଜିଲ୍ଲା ପ୍ରାୟ ୮୦୦ କିଲୋମିଟର ବୁଲିଥିଲେ । ପୋଲିସ୍‌ ମୋବାଇଲ୍‌ ଟ୍ରାକିଂ କରି ଅପହର୍ତ୍ତାମାନଙ୍କୁ ଗିରଫକରିବା ସହ ସେହି ଛାତ୍ରଙ୍କୁ ଉଦ୍ଧାର କରିଛି ।

ଅପହରଣ ବଦଳରେ ଅପହର୍ତ୍ତାମାନେ ୩୦ ଲକ୍ଷ ଟଙ୍କା ଦାବି କରିଥିଲେ । ଏହି ଅପହରଣ କରିଥିବା ଛାତ୍ର ଜଣଙ୍କ ଜଣେ ବ୍ୟବସାୟୀଙ୍କ ପୁଅ । ସେ ବେଙ୍ଗାଲୁରୁରେ ବିବିଏ କରୁଥିବା ବେଳେ କୋଭିଡ୍‌କଟକଣା ଯୋଗୁଁ ଘରେ ରହି ଅନ୍‌ଲାଇନ୍‌ରେ ପାଠ ପଢୁଥିଲେ । ଏହି ଚା ବୁଥ୍‌କୁ ନିୟମିତ ଚା ପିଇବାରୁ ଆସୁଥିବାରୁ ଅପହର୍ତ୍ତାମାନେ ତାଙ୍କ ଉପର୍ ନଜର ରଖି ତାଙ୍କୁ ଅପହରଣ କରିଥିବା ପୋଲିସ କହିଛି । ଅଭିଯୁକ୍ତମାନେ ତିନୋଟି ଦଳ ହୋଇ କାମ କରୁଥିଲେ । ଥରେ ଫୋନ୍‌ କରିବା ପରେ ପୋନ୍‌ ସ୍ୱିଚ୍‌ ଅଫ୍‌ କରି ୪୦ ରୁ ୫୦ କିଲୋମିଟର ଦୂରକ ପଳାଉଥିଲେ । ସୁନାଖଳାର ଜଙ୍ଗଲ ଭିତରୁ ପୋଲିସ୍‌ ଅପହରଣ କରାଯାଇଥିବା ଛାତ୍ରଙ୍କୁ ଉଦ୍ଧାର କରିଛି ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories