www.samajalive.in
Tuesday, December 9, 2025
23.1 C
Bhubaneswar

ଆଜି ଆସିବ ୨୦୨୨-୨୩ ବଜେଟ୍‍

ନୂଆଦିଲ୍ଲୀ: ଆଜି ଲୋକସଭାରେ ଉପସ୍ଥାପନା ହେବ ୨୦୨୨-୨୩ ବଜେଟ୍‍ । ପୂର୍ବାହ୍ନ ୧୧ଟାରେ ବଜେଟ୍‍ ଉପସ୍ଥାପନା କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ନିର୍ମଳା ପାର୍ଲାମେଣ୍ଟରେ ଚତୁର୍ଥ ଥର ପାଇଁ ବଜେଟ୍ ଉପସ୍ଥାପନା କରିବେ । ଆଜିର ବଜେଟ୍‍ ଉପରେ ସାରା ଦେଶର ନଜର ରହିଥିବା ବେଳେ, ରେଳ ବଜେଟରେ ଓଡ଼ିଶାକୁ ମିଳିପାରେ ଅଧିକ ପାଣ୍ଠି । ବଜେଟରେ କୃଷି ଓ କୃଷକଙ୍କୁ ଅଧିକ ଫୋକସ ରହିଥିବା ନେଇ ଅନୁମାନ କରାଯାଉଛି । ତାହା ସହ ଆୟକର ସୀମାରେ ମଧ୍ୟ ପରିବର୍ତ୍ତନ ହୋଇପାରେ । ବଧ୍ୟବିତ୍ତବର୍ଗଙ୍କୁ ଟିକସ ରିହାତି ଦେଇପାରନ୍ତି କେନ୍ଦ୍ର ସରକାର । ସେହିପରି କ୍ରିପ୍ଟୋ କରେନ୍ସି ନେଇ ଟିକସ ବ୍ୟବସ୍ଥା କଣ ରହିବ ତା ଉପରେ ବି ନଜର ରହିଛି ।

ପ୍ରଦୂଷଣ ଓ ପେଟ୍ରୋଲ ଡିଜେଲର ଦରକୁ ଦେଖିବାକୁ ଗଲେ ବୈଦ୍ୟୁତିକ ଯାନ ଲାଗି ମଧ୍ୟ କିଛି ବ୍ୟବସ୍ଥା ହୋଇପାରେ । ବୈଦ୍ୟୁତିକ ଯାନ ଲାଗି ବ୍ୟାଟେରୀ ନିର୍ମାଣ ଭଳି ନୂଆ ଓ ରପ୍ତାନୀ ଭିତ୍ତିକ ଶିଳ୍ପ ଉପରେ ପ୍ରାଧାନ୍ୟ ଦିଆଯାଇପାରେ ବୋଲି ଅନୁୂମାନ କରାଯାଛି । ଆଜିଠୁ ଆରମ୍ଭ ହେବାକୁ ଥିବେ ବଜେଟ ଅଧିବେଶନର ପ୍ରଥମ ପର୍ୟ୍ୟାୟ ଫେବୃଆରୀ ୧୧ ଯାଏ ଚାଲିବ । ତା’ ପରେ ଦ୍ୱିତୀୟ ପର୍ୟ୍ୟାୟ ମାର୍ଚ୍ଚ ୧୪ରୁ ଆରମ୍ଭ ହୋଇ ଏପ୍ରିଲ ୮ ତାରିଖରେ ଶେଷ ହେବ ।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories