ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ୪ ହଜାର ତଳକୁ ଖସିଲା ଦୈନିକ ମାମଲା । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୩ ହଜାର ୩୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧, ୯୩୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ୧, ୩୯୫ ଜଣ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୫୦୪ ପଜିଟିଭ୍ । ଖୋର୍ଦ୍ଧାରୁ ସର୍ବାଧିକ ୬୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୮୫, ବାଲେଶ୍ୱର ୧୪୧, ବରଗଡ ୪୬, ଭଦ୍ରକ ୫୭, ବଲାଙ୍ଗିର ୬୭, ବୌଦ୍ଧ ୪୯, କଟକ ୨୯୩, ଦେବଗଡ ୬୭, ଢେଙ୍କାନାଳ ୬୧, ଗଜପତିରୁ ୬୪ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୪୪, ଜଗତସିଂହପୁର ୭୦, ଯାଜପୁର ୯୯, ଝାରସୁଗୁଡା ୭୪, କଳାହାଣ୍ଡି ୧୦୭, କନ୍ଧମାଳ ୪୩, କେନ୍ଦ୍ରାପଡା ୭୩, କେନ୍ଦୁଝରରେ ୨୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏଥିସହିତ କୋରାପୁଟ ୫୯, ମାଲକାନଗିରି ୩୪, ମୟୁରଭଞ୍ଜ ୧୪୫, ନବରଙ୍ଗପୁର ୯୦, ନୟାଗଡ ୧୨୦, ନୂଆପଡା ୧୨୯, ପୁରୀ ୫୬, ରାୟଗଡା ୬୬, ସମ୍ବଲପୁର ୧୧୫, ସୋନପୁର ୩୫, ସୁନ୍ଦରଗଡ ୨୩୭ ଷ୍ଟେଟପୁଲରୁ ୧୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୯,୧୯୧ ଆକ୍ରାନ୍ତ । ଆଜିର ସୁସ୍ଥତାକୁ ମିଶାଇ ରାଜ୍ୟରେ ଏଯାଏ ମୋଟ୍ ସୁସ୍ଥ ହେଲେଣି ୧୧ଲକ୍ଷ ୯୩ହଜାର ୩୬୫ ଆକ୍ରାନ୍ତ । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୪୯ହଜାର ୨୪୦କୁ ବୃଦ୍ଧି ପାଇଥିବା ବେଳେ, ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪୭ ହଜାର ୨୧୦ ଜଣ ।ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।



