www.samajalive.in
Sunday, December 7, 2025
26.1 C
Bhubaneswar

ରାଉରକେଲାର ପୁଅ ଉଇଙ୍ଗ କମାଣ୍ଡର ଚିନ୍ମୟ ପାତ୍ର : ଦୁଃସାହସିକ କାର୍ଯ୍ୟ ପାଇଁ ପାଇବେ ‘ବାୟୁସେନା ପଦକ’

ରାଉରକେଲା: ରାଉରକେଲାର ପୁଅ ତଥା ଭାରତୀୟ ବାୟୁ ସେନାର ଉଇଙ୍ଗ କମାଣ୍ଡର ଚିନ୍ମୟ ପାତ୍ର ଦୁଃସାହସିକ କାର୍ଯ୍ୟ ପାଇଁ ପାଇବେ ଗୌରବ ଜନକ ‘ବାୟୁସେନା ପଦକ’। ଏହି ଖବର ରାଉରକେଲାରେ ଥିବା ଚିନ୍ମୟଙ୍କ ଶିକ୍ଷକ-ଶିକ୍ଷୟିତ୍ରୀ, ସହପାଠୀଙ୍କ ମହଲରେ ଉତ୍ସାହର ବାତାବରଣ ସୃଷ୍ଟି କରିଛି । ଏପ୍ରିଲ ୩ ତାରିଖ ‘ଅପରରେସନ ତ୍ରିବେଣୀ’ର ଅଂଶବିଶେଷଭାବେ ତିନୋଟି ବିମାନର ନେତୃତ୍ୱ ନେଇ ନକ୍ସଲ ଆକ୍ରମଣ ବେଳେ ମୃତାହତ ଯବାନଙ୍କ ଉଦ୍ଧାର ଭଳି ଦୁଃସାହସିକ କାର୍ଯ୍ୟକରିଥିଲେ ଚିନ୍ମୟ। ଏମଆଇ-୧୭-ଭି୫ ହେଲିକେପ୍ଟର ୟୁନିଟର ଉଇଙ୍ଗ କମାଣ୍ଡର ଚିନ୍ମୟ ପ୍ରତିକୂଳ ଅଂଚଳରେ ନିଜ ଜୀବନ ପ୍ରତି ଖାତିର ନକରି ବିଚକ୍ଷଣ ବୁଦ୍ଧିମତା ଓ ସାହସ ବଳରେ ୧୮ ଜଣ ଆହତ ଏବଂ ୨୨ଜଣ ସହିଦ ଯବାନଙ୍କ ମର ଶରୀରକୁ ଆକ୍ରମଣସ୍ଥଳରୁ ସ୍ଥାନାନ୍ତର କରିବାରେ ସଫଳ ହୋଇଥିଲେ। ଦେଶ ମାତୃକା ପାଇଁ କରିଥିବା ଏହି ଦୁଃସାହସିକ କାର୍ଯ୍ୟ ଲାଗି ଆକ୍ଟୋବର ୮ ତାରିଖରେ ତାଙ୍କୁ ବାୟୁସେନା ପଦକ ପ୍ରଦାନ ପାଇଁ ଘୋଷଣା କରାଯାଇଛି।

‘ସମାଜ’ସହିତ ଆଲୋଚନା କାଳରେ ଚିନ୍ମୟ କହିଛନ୍ତି ସେ ଛେଣ୍ଡସ୍ଥିତ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଦଶମ ଶ୍ରେଣୀ ପ୍ରଥମ ବ୍ୟାଚର ଛାତ୍ର। ପ୍ରଥମରୁ ଦଶମ ପର୍ଯ୍ୟନ୍ତ ସେ ଏହି ବିଦ୍ୟାଳୟରେ ପଢୁଥିଲେ। ପରେ ସେଣ୍ଟ ପଲ ବିଦ୍ୟାଳୟରୁ ଦ୍ୱାଦଶ ଶ୍ରେଣୀରେ ଉତୀର୍ଣ୍ଣ ହେବା ପରେ ୨୦୦୩ରେ ଏନଡିଏ ପ୍ରବେଶିକା ପରୀକ୍ଷାରେ ଉତୀର୍ଣ୍ଣ ହୋଇ ଏହି କ୍ଷେତ୍ରକୁ ପ୍ରବେଶ କରିଥିଲେ। ୨୦୦୭ରେ ଭାରତୀୟ ବାୟୁସେନାର ସ୍କ୍ୱାର୍ଡନ ଲିଡର ଭାବେ ଦକ୍ଷତାର ସହିତ ଦାୟିତ୍ୱ ତୁଲାଇଥିଲେ। ୨୦୨୦ ମସିହାରେ ଉଇଙ୍ଗ କମାଣ୍ଡର ଭାବେ ତାଙ୍କର ପଦୋନ୍ନତି ହୋଇଥିଲା। ଦେଶର ଦକ୍ଷିଣ, ପୂର୍ବ, ଉତର ଭାଗରେ କାର୍ଯ୍ୟ କରି ଏବେ କେନ୍ଦ୍ରସ୍ଥଳ ନାଗପୁରରେ କାର୍ଯ୍ୟରତ ଅଛନ୍ତି। ପିଲାଟି ଦିନରୁ ସେ ଦେଶ ସେବାରେ ବ୍ରତୀ ହେବା ପାଇଁ   ଚାହୁଁଥିଲେ। ବାପା ବ୍ୟବସାୟୀ ସ୍ୱର୍ଗତ ନରେଶ ପାତ୍ର ଓ ମା ସବିତାଙ୍କ ପ୍ରେରଣା ତାଙ୍କୁ ଆଗକୁ ଯିବା ପାଇଁ ପ୍ରେରଣା ଦେଇଥିଲା। ପରିବାର କେହି ପୂର୍ବରୁ ସେନାବାହିନୀରେ ନଥିଲେ। କିନ୍ତୁ ଦେଶ ପାଇଁ କିଛି କରିବାର ନିଶା ତାଙ୍କୁ +୨ ପରେ ସେ ଏହାକୁ ବାଛିଥିବା କହିଛନ୍ତି । ଆଜି ଏହି ସେବା ପାଇଁ ସେ ସବୁଠାରୁ ବଡ଼ ଆତ୍ମସନ୍ତୋଷ ଓ ଗୌରବ ମିଳୁଥିବା ସେ ପ୍ରକାଶ କରିଛନ୍ତି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories