www.samajalive.in
Monday, December 8, 2025
16.1 C
Bhubaneswar

ଦେଶରେ ପ୍ରଥମ : ବ୍ରେଲି ଭାଷାରେ ଓ ଅଡ଼ିଓ ଡିଜିଟାଲ ପୁସ୍ତକରେ ଭାରତୀୟ ସମ୍ବିଧାନ

କଟକ :  ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ୭୩ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ ସମ୍ପୁର୍ଣ୍ଣ ଭାରତୀୟ ସମ୍ବିଧାନର ବ୍ରେଲି ଭାଷାରେ ପୁସ୍ତକ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଡକ୍ଟର ଏସ୍. ମୁରଲୀଧରଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଉପ କୁଳପତି ପ୍ରଫେସର ବେଦ୍ କୁମାରୀଙ୍କ ଉପସ୍ଥିତିରେ ଏହାକୁ ଉନ୍ମୋଚନ କରାଯାଇଥିଲା।
ସର୍ବ ଭାରତୀୟ ସ୍ତରରେ ପ୍ରଥମ ଥର ପାଇଁ ଏହି ବ୍ରେଲି ପୁସ୍ତକର ଉନ୍ମୋଚନ ନିମନ୍ତେ  ଆଇନଜିବୀ ତଥା ରେଡ଼କ୍ରସ ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ବିଦ୍ୟାଳୟ ’ସହାୟ’ ଅନୁଷ୍ଠାନର ଅବୈତନିକ ସମ୍ପାଦିକା ମୃଣାଳିନୀ ପାଢ଼ୀଙ୍କ ପ୍ରଚେଷ୍ଟା ଓ ଭୁବନେଶ୍ୱରର ସ୍ୱାଭିମାନ ଅନୁଷ୍ଠାନ ଏବଂ  ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ  ତଥା ମୁଖ୍ୟ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (ମୁଖ୍ୟ କାର୍ଯ୍ୟାଳୟ) ସନ୍ୟାସ ବେହେରାଙ୍କ ସହଯୋଗ ଦ୍ୱାରା ଏହି କାର୍ଯ୍ୟଟି ସମ୍ଭବପର ହୋଇ ପାରିଛି।
ଏହି ଅବସରରେ ଭାରତୀୟ ସମ୍ବିଧାନର ଓଡ଼ିଆ ଅନୁବାଦର ଏକ ଅଡ଼ିଓ ଡିଜିଟାଲ ପୁସ୍ତକ ମଧ୍ୟ ଉନ୍ମୋଚନ କରାଯାଇଥିଲା । ଏହି ପୁସ୍ତକଟି ଭାରତରେ ପ୍ରଥମ ଥର ଏକ ଆଞ୍ଚଳିକ ଭାଷାରେ କରାଯାଇଥିଲା। ଯାହାକି ଭୁବନେଶ୍ୱରସ୍ଥିତ ଭିୟୁଜ୍ ଅନୁଷ୍ଠାନ ଦ୍ୱାରା ଦୃଷ୍ଟିବାଧିତମାନଙ୍କ ନିମନ୍ତେ ପ୍ରସ୍ତୁତ କରାଯାଇଛି। ଏହାଦ୍ୱାରା ଦୃଷ୍ଟି ବାଧିତମାନେ ଭାରତୀୟ ସମ୍ବିଧାନକୁ ଓଡ଼ିଆରେ ଶୁଣି ସମ୍ବିଧାନ ବିଷୟରେ ଜାଣି ପାରିବେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories