www.samajalive.in
Tuesday, December 9, 2025
26.1 C
Bhubaneswar

ଭୂତନାଥ ସାହିତ୍ୟ ଓ ସାଂସ୍କୃତିକ ସଂସଦର ଚତୁର୍ଥ ବାର୍ଷିକ ସମାରୋହ

ବାଙ୍କୀ: ବାଙ୍କୀ ଏନ.ଏ.ସି ଅନ୍ତର୍ଗତ ଚକାପଦା ଗ୍ରାମ ସ୍ଥିତ ଭୂତନାଥ ସାହିତ୍ୟ ଓ ସାଂସ୍କୃତିକ ସଂସଦର ଚତୁର୍ଥ ବାର୍ଷିକ ସାରସ୍ୱତ ସମାରୋହ ବୁଧବାର ଦିନ ନିରାଡମ୍ବର ଭାବରେ ଅନୁଷ୍ଠିତ ହୋଇଯାଇଛି । ଅବାହକ ଅକ୍ଷୟ କୁମାର ସାମଲଙ୍କ ପରିଚାଳନାରେ ସଂଚାଳିତ ସମାରୋହରେ ମୁଖ୍ୟଅତିଥି ଭାବରେ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ମୁଖ୍ୟବକ୍ତା ପୁଲିନ ମିଶ୍ର, ସମ୍ମାନିତ ଅତିଥି ଭାବରେ କବି ଗୈାରବ ବାହାଦୂର ପାଟ୍ଟଶାଣୀ, କଳିଙ୍ଗରତ୍ନ ବ୍ରହ୍ମାନନ୍ଦ ମହାନ୍ତି, ଶିକ୍ଷାବିତ୍ କାହ୍ନୁଚରଣ ସାହୁ, ଭାଷା ଭାବନାର ପ୍ରତିଷ୍ଠାତା କଥାକାର ସୁକାନ୍ତ ପ୍ରଧାନ, ସମାଜସେବୀ କେଶବ ଚନ୍ଦ୍ର ବେହେରା, ଅଧ୍ୟାପକ ମନୋଜ ମହାପାତ୍ର,ବାବା ଅମୀୟ କୁମାର(ବୁଲୁ ବାବା),ସମାଜସେବୀ ସଂଜୟ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ଗ୍ରାମାଞ୍ଚଳର ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବା ସହିତ ସାରସ୍ୱତ ସାଧନାକୁ ସମାଜର ବିକାଶରେ ଏକ ଅଂଶ ବିଶେଷ ବୋଲି ଜାଗରଣ କରିବା ଅନୁଷ୍ଠାନର ଲକ୍ଷ ଥିବା ସମ୍ପର୍କରେ ଆଲୋକପାତ କରିଥିଲେ ।

ଶିକ୍ଷାବିତ୍ ମନୋଜ କୁମାର ରାଉତ ଓ ନିଶାନ୍ତ ପ୍ରୟମ୍ବଦ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ କାର‌୍ୟ୍ୟକ୍ରମରେ ମନୋଜ୍ଞ କବିତା ପାଠ ଓ ସଂକ୍ଷିପ୍ତ ସାହିତ୍ୟ ଆଲୋଚନା ସଂଚାଳିତ ହୋଇଥିଲା । ଏହି ଅବସରରେ ସାରସ୍ୱତ ସାଧନାରେ କତିତ୍ୱ ଅର୍ଜନ କରିଥିବା ପ୍ରତିଭାଧରଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ଅନୁଷ୍ଠାନର ମୁଖପତ୍ର ଗାଁର ମହକ ସ୍ମରଣିକା ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି । କବି ବଂଶୀଧର ମହାପାତ୍ର,ଅକ୍ଷୟ କୁମାର ଭଟ୍ଟ,ପ୍ରଦୀପ କୁମାର ଜେନା ପ୍ରମୁଖ ସମ୍ବର୍ଦ୍ଧନା କାର‌୍ୟ୍ୟକ୍ରମକୁ ସଂଯୋଜନା କରିଥିଲେ । ସମ୍ପାଦକ ବାବୁଲି ରଣା,ସଭାପତି ନିରଞ୍ଜନ ପଣ୍ଡା,ଅଶୋକ କୁମାର ଗିରି ପ୍ରମୁଖ କାର‌୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଆଇନ୍ ପରାମର୍ଶଦାତା ଅଜିତ କୁମାର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ରାଜ୍ୟ ସ୍ତରୀୟ ଆସରରେ ବହୁ କବି,ଲେଖକ,ସାହିତ୍ୟିକ ଓ କଳାକାର ଯୋଗଦେଇଥିଲେ । ନକୁଳ ଚନ୍ଦ୍ର ସାହୁ,ପୁଷ୍ପଲତା ଦାସ,ସୁରେଶ କୁମାର ସାହୁ,ସନ୍ଧ୍ୟାରାଣୀ ମହାନ୍ତି,ନଳିନୀ କୁମାର ରାୟ,ମମତା ପରିଡା,ବିଚିତ୍ରା ବିଶ୍ୱାଳ,ରମେଶ ଚନ୍ଦ୍ର ମହାପାତ୍ର,ଶ୍ରୀନିବାସ ମହାପାତ୍ର,କମଳ ଲୋଚନ ପ୍ରଧାନ,ତୁଷାର ରଂଜନ ସାହୁ,ସୋଲୋମନ୍ ଗୋଚ୍ଛି,ପ୍ରକାଶ ଚନ୍ଦ୍ର ପ୍ରଧାନ,ସତ୍ୟବ୍ରତ ଦୁବେ,ଚିତ୍ତରଂଜନ ରଣା,ଗୁରୁବାରୀ ନାୟକ ପ୍ରମୁଖଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିବା ସମ୍ପର୍କରେ ସୂଚନା ମିଳିଛି । ସମାଜସବୀ ଗୁରୁବାରୀ ନାୟକଙ୍କୁ ଗାଁର ମହକ ସମ୍ମାନ ପ୍ରଦାନ କରାଯାଇଥିବା ସମ୍ପର୍କରେ ଆବାହକ ସୂଚନା ଦେଇଛନ୍ତି ।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories