www.samajalive.in
Sunday, December 7, 2025
23.1 C
Bhubaneswar

ଜାମ୍ମୁ-କାଶ୍ମୀର ସୀମାରେ ସ୍ମାର୍ଟ ତାରବାଡ଼ ନିର୍ମାଣ ଆରମ୍ଭ

ଜାମ୍ମୁ : ପାକିସ୍ତାନ ସହିତ ଉଦାର ଓ ବନ୍ଧୁତ୍ୱପୂର୍ଣ୍ଣ ପରିବେଶ ସୃଷ୍ଟି ପାଇଁ ଭାରତ ଯେତେ ଉଦ୍ୟମ କଲେ ମଧ୍ୟ ପାକିସ୍ତାନର ମନୋଭାବରେ କୌଣସି ପରିବର୍ତ୍ତନ ଘଟୁନାହିଁ। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‍ଙ୍କ ନେତୃତ୍ୱାଧୀନ ପାକିସ୍ତାନର ନୂତନ ସରକାର ଭାରତ ପ୍ରତି ଏହାର ଦୃଷ୍ଟିଭଙ୍ଗୀ ଓ ବ୍ୟବହାର ପରିବର୍ତ୍ତନ କରିବ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ସୋମବାର ଆଶାବ୍ୟକ୍ତ କରିଛନ୍ତି। ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେଖା ନିକଟରେ ୨ଟି ସ୍ମାର୍ଟ ତାରବାଡ଼ ପ୍ରକଳ୍ପର ଶୁଭଦାନ ଅବସରରେ ସୀମା ସୁରକ୍ଷାବାହିନୀ (ବିଏସ୍‍ଏଫ୍‍)ର ମୁଖ୍ୟାଳୟଠାରେ ଉଦ୍‍ବୋଦନ ଦେଇ ସେ କହିଛନ୍ତି, ପାକିସ୍ତାନର ପ୍ରକୃତିରେ କୌଣସି ପରିବର୍ତ୍ତନ ହେବାର ନାହିଁ; କିନ୍ତୁ ଆଗାମୀ ଦିନରେ ଭାରତ-ପାକ୍‍ ସମ୍ପର୍କରେ ସୁଧାର ଆସିବା ନେଇ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛୁ। ଏଥିସହ ଜାମ୍ମୁ-କାଶ୍ମୀରରେ ସ୍ଥାୟୀ ବାସିନ୍ଦାଙ୍କ ସଂଜ୍ଞା ନିରୂପଣ କରୁଥିବା ଧାରା-୩୫(କ)ର ସୁରକ୍ଷା ଦାବିରେ ପଞ୍ଚାୟତ ନିର୍ବାଚନ ବର୍ଜନ ଲାଗି ଯେଉଁ ଡାକରା ଦିଆଯାଇଛି ସେଥିରୁ ନିବୃତ୍ତ ରହିବାକୁ ସେ ନିବେଦନ କରିଛନ୍ତି।
ଜାମ୍ମୁର ଅନ୍ତର୍ଜାତୀୟ ସୀମାରେଖା ନିକଟରେ ପ୍ରଥମଥର ଲାଗି ଉଚ୍ଚକୋଟୀର ନିରୀକ୍ଷଣ ବ୍ୟବସ୍ଥାକ୍ରମେ ବିସ୍ତୃତ ସମନ୍ୱିତ ସୀମା ପରିଚାଳନା ବ୍ୟବସ୍ଥା (ସିଆଇବିଏମ୍‍ଏସ୍‍) ଅଧୀନରେ ନିର୍ମାଣ ହେବାକୁ ଯାଉଥିବା ଏହି ସ୍ମାର୍ଟ ପ୍ରକଳ୍ପ ଅଧୀନରେ ୫.୫ କିଲୋମିଟର ଲେଖାଏଁ ପରିବ୍ୟାପ୍ତ ତାରବାଡ଼ ନିର୍ମାଣ କରାଯିବାର ଯୋଜନା ରହିଛି। ଏହାର କାର୍ଯ୍ୟକାରିତା ଏବଂ ଉପକାରିତା ଯାଞ୍ଚ ପରେ ୨,୦୨୬ କିଲୋମିଟର ପରିବ୍ୟାପ୍ତ ସୀମାନ୍ତରେ ଏହି ସ୍ମାର୍ଟ ତାରବାଡ଼ ନିର୍ମାଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏହି ତାରବାଡ଼ ଯୋଗୁ ସୀମାନ୍ତରେ ପ୍ରହରା ଦେଉଥିବା ଯବାନ ଆହତ ହେବା ଭଳି ଘଟଣା ହ୍ରାସ ପାଇବ। ଯବାନମାନଙ୍କୁ ସୀମାରେ ପ୍ରତ୍ୟକ୍ଷ ପ୍ରହରା ଦେବାର ବିଶେଷ ଆବଶ୍ୟକତା ମଧ୍ୟ ପଡ଼ିବ ନାହିଁ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories