www.samajalive.in
Tuesday, December 9, 2025
19.1 C
Bhubaneswar

ନାମାଙ୍କନ ପାଇଁ ଦ୍ୱିତୀୟ ସୁଯୋଗ

ଭୁବନେଶ୍ୱର: ପ୍ରାର୍ଥିପତ୍ର ଦାଖଲ ପାଇଁ ପୁନଃ ବିଜ୍ଞପ୍ତି ଜାରି । ପ୍ରାର୍ଥିପତ୍ର ଦାଖଲ ହୋଇନଥିବା ସ୍ଥାନ ପାଇଁ ପୁନଃ ବିଜ୍ଞପ୍ତି ଜାରି କଲେ ରାଜ୍ୟ ନିର୍ବାଚନ ଆୟୋଗ । ଯେଉଁ ସ୍ଥାନରେ ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡ ମେମ୍ବର ପାଇଁ ପ୍ରାର୍ଥିପତ୍ର ଦାଖଲ ହୋଇନାହିଁ ସେଠାରେ ବର୍ତ୍ତମାନ ପ୍ରାର୍ଥିପତ୍ର ଦାଖଲ କରିପାରିବେ । ଏନେଇ ଗଣମାଧଅମକୁ ଏସଇସି ଆଦିତ୍ୟ ପାଢ଼ୀ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ଏନେଇ ଆସନ୍ତା ୨୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଆସନ୍ତା ୨୯ରୁ ୩୧ ତାରିଖ ଯାଏ ପ୍ରାର୍ଥିପତ୍ର ଦାଖଲ କରିପାରିବେ । ଫେବ୍ରୁଆରୀ ୧ରେ ଯାଞ୍ଚ ଓ ୨ରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଏଥି ସହ ୪ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଚୂଡାନ୍ତ ତାଲିକ ହେବ । ଦ୍ୱିତୀୟ ସୁଯୋଗରେ ପ୍ରାର୍ଥିପତ୍ର ଦାଖଲ ନକଲେ ଆଉ କୌଣସି ସୁଯୋଗ ମିଳିବ ନାହିଁ ବୋଲି କୁହାଯାଇଛି । ସୂଚନା ମୁତାବକ ରାଜ୍ୟରେ ୪ ହଜାରରୁ ଅଧିକ ସ୍ଥାନରେ ୱାର୍ଡ ମେମ୍ବର ପ୍ରାର୍ଥୀ ନଥିବା ବେଳେ, କେତେକ ସ୍ଥାନରେ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ବି ନାହାନ୍ତି ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories