www.samajalive.in
Sunday, December 7, 2025
26.1 C
Bhubaneswar

ମୃତ୍ୟୁ ଜଗିଥିଲା ସାପ ବେଶରେ

ୱାଶିଂଟନ: ବିଷାକ୍ତ ସାପ ହେଉ କି ବିଷ ହୀନ ସାପ । ସାପର ନାଁ ଶୁଣିଲେ ନିଶ୍ଚୟ ଆପଣଙ୍କୁ ଭୟ ଲାଗୁଥିବ । ସାପର କିଛି କଥା ଆପଣଙ୍କ ମନରେ ଆସିଲେ ଅଲଗା ଅନୁଭବ କରୁଥିବେ । ହେଲେ ଆଜି ଆମେ କହିବୁ ଆପଣଙ୍କୁ ଏମିତି କିଛି କଥା, ଯାହା ଆପଣଙ୍କୁ ତାଜୁବ କରିଦେବ ଆଉ କିଛି ସମୟ ଭାବିବାକୁ ବାଧ୍ୟକରିବ । କାରଣ ସାପସହ ଜଣେ ବ୍ୟକ୍ତିଙ୍କ ବନ୍ଧୁତା ଆଉ ତାପରେ ମୃତ୍ୟୁ । ଗୋଟିଏ ଘରେ ପ୍ରାୟ ୧୦୦ରୁ ଅଧିକ ସାପ ସହ ରହିଥିଲେ ବ୍ୟକ୍ତି ଜଣକ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଆମେରିକାର ମେରିଲ୍ୟାଣ୍ଡରେ । ଗୋଟିଏ ବନ୍ଦ ଘରୁ ମିଳିଛି ଜଣେ ୪୯ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ। ଆଉ ମୃତ ଦେହକୁ ଘେରି ରହିଥିଲେ ୧୨୫ରୁ ଉର୍ଦ୍ଧ୍ବ ବିଷାକ୍ତ ସାପ ।

- Advertisement -

ଏକ ଗଣମାଧ୍ୟମର ସୂଚନା ଅନୁଯାୟୀ ମେରିଲ୍ୟାଣ୍ଡ ଅନ୍ତର୍ଗତ ଚାର୍ଲସ କାଉଣ୍ଟିରେ ଏପରି ଘଟଣା ଘଟିଛି। ମୃତ ବ୍ୟକ୍ତିଙ୍କ ପଡୋଶୀ ଏ ନେଇ କିଛି ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ପଡୋଶୀଙ୍କ କହିବା ଅନୁସାରେ ଦୁଇ ଦିନ ଧରି ବ୍ୟକ୍ତି ଜଣକ ଘରୁ ବାହାରି ନଥିଲେ । କିଛି ଅସୁୁବିଧା ହୋଇଥିବା ଭାବି ପଡୋଶୀ ତାଙ୍କ ଘର ଭିତରକୁ ଯାଇଥିଲେ । ଆଉ ଘର ଭିତରେ ବ୍ୟକ୍ତ ଜଣଙ୍କୁ ଦେଖି ତାଜୁବ ହୋଇଯାଇଥିଲେ । କାରଣ ବ୍ୟକ୍ତି ଜଣକ ଭୂମିରେ ପଡ଼ିଥିବା ବେଳେ, ତାଙ୍କୁ ଅନେକ ସାପ ଘେରି ରହିଥିବା ଦେଖିବାକୁ ମିଳିଥିଲା । ପଡୋଶୀ ଜଣକ ଏହା ଦେଖିବା ପରେ ତତକ୍ଷଣାତ ପୋଲିସକୁ ଖବର ଦେଇଥିଲେ । ଖବର ପାଇବା ପରେ ପୋଲିସ ସହ ମେଡିକାଲ ଟିମ୍‍ ଓ ଆନିମଲ କଣ୍ଟ୍ରୋଲ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ । ବ୍ୟକ୍ତି ଜଣଙ୍କୁ ପୋଲିସ ଉଦ୍ଧାର କରିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ପରେ ତାଙ୍କୁ ପୋଷ୍ଟମର୍ଟମ ପାଇଁ ପଠାଇଦିଆଯାଇଥିଲା ।

ତେବେ ସାପ ଦଂସନ କରାଣରୁ କି ଅନ୍ୟ କେଉଁ କାରଣରୁ ବ୍ୟକ୍ତି ଜଣକଙ୍କ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ସେପଟେ ଆମେରିକାରେ ଗତ ୩୦ ବର୍ଷ ଭିତରେ ଏପରି ଘଟଣା ବିରଳ ବୋଲି ଆନିମଲ କଣ୍ଟ୍ରୋଲ ଟିମ କହିଛି । କାରଣ ଏକ ସଙ୍ଗେ ଏତେ ଗୁଡିଏ ସାପ ଗୋଟିଏ ଘରୁ ଉଦ୍ଧାର କରାଯିବା ନଜିର ନାହିଁ । ଏନେଇ ପୋଲିସ ମଧ୍ୟ ତଦନ୍ତ ଜାରି ରଖିଛି । ଏକାବେଳେ ଏତେ ସାପ କେଉଁଠୁ ଆସିଲା ବୋଲି ପଡୋଶୀଙ୍କୁ ପ୍ରଶ୍ନ କରିଛି । ହେଲେ ପଡୋଶୀ ଜଣକ ତାଙ୍କ ଉତ୍ତରେ କହିଛନ୍ତି ବ୍ୟକ୍ତି ଜଣକ ସାପକୁ ବହୁତ ପସନ୍ଦ କରୁଥିଲେ । ଏବଂ ସାପ ରଖିବା ତାଙ୍କର ସୌକ ଥିଲା । ତେଣୁ ସେ ଘରେ ସାପ ପାଳିଥିଲେ ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories