www.samajalive.in
Sunday, December 7, 2025
23.1 C
Bhubaneswar

ସର୍ବସାଧାରଣ ସ୍ଥାନରୁ ହୋଡିଂ,ପୋଷ୍ଟର ଏବଂ ବ୍ୟାନର ହଟାଇବା ପାଇଁ ଦାବି 

ବେଗୁନିଆ  : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ ପାଇଁ ଆଦର୍ଶ ଆଚରଣ ବିଧି ଗତ ୧୧ ତାରିଖରୁ ଲାଗୁ ହୋଇଥିଲେ ମଧ୍ୟ ବେଗୁନିଆ ସମେତ ବ୍ଲକର ବିଭିନ୍ନ ପଂଚାୟତରେ ଲାଗିଥିବା ରାଜନୈତିକ ହୋଡିଂ,ବ୍ୟାନର ଏବଂ ପୋଷ୍ଟର କୁ ଆଜି ପର୍ୟ୍ୟନ୍ତ ସମ୍ପୃକ୍ତ ସ୍ଥାନରୁ ଉଚ୍ଛେଦ କରାଯାଇ ନାହିଁ ବୋଲି ସାଧାରଣରେ ଅଭିଯୋଗ ହୋଇଛି।ଏଥି ସହିତ ବିଦ୍ୟାଳୟ ,ପଞ୍ଚାୟତ କାର୍ୟ୍ୟାଳୟ ପରି ସରକାରୀ କାର୍ୟ୍ୟାଳୟ ଗୁଡିକରେ ଓ ବିଭିନ୍ନ ଗ୍ରାମର ବଜାର ଛକ ଆଦି ସର୍ବସାଧାରଣ ସ୍ଥାନରେ ଲାଗିଥିବା ରାଜନୈତିକ ବ୍ୟକ୍ତିଙ୍କ ଶୁଭେଚ୍ଛା, ଅଭିନନ୍ଦନ ଓ ଦଳୀୟ ବ୍ୟାନର ଏବଂ ପୋଷ୍ଟର ମଧ୍ୟ ଲାଗିଥିବାର ଦେଖିବାକୁ ମିଳୁଛି ।ବ୍ଲକ ଏବଂ ତହସିଲ କାର୍ୟ୍ୟାଳୟ ନିକଟରୁ କେତେକ ବ୍ୟାନର ଏବଂ ପୋଷ୍ଟର କୁ ହଟାଯାଇଛି । ଆଦର୍ଶ ଆଚରଣ ବିଧି ବଳବତ୍ତର ରହିଥିବାବେଳେ ଏହାକୁ ଉଲ୍ଲଂଘନ କଲେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିୟମ ରହିଛି । ଆଜି ବେଗୁନିଆ ଅତିରିକ୍ତ ତହସିଲଦାର ସନାତନ ଆଚାର୍ୟ୍ୟ ଏବଂ ବାଘମାରୀ ପୁଲିସ ସହାୟତାରେ ବାଘମାରି ,ସିମୋର ଏବଂ ସାରୁଅ ଆଦି ଜାଗାରୁ ହୋଡିଂ, ପୋଷ୍ଟର ଏବଂ ବ୍ୟାନର ଆଦି ଉଚ୍ଛେଦ ହୋଇଥିବାର ଜଣାପଡିଛି ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories