www.samajalive.in
Sunday, December 7, 2025
23.1 C
Bhubaneswar

କେତେ କମିଲା ସୁନା-ରୁପା ? ଜାଣନ୍ତୁ କେତେ ରହିଛି ଦାମ୍‍..

ସମାଜ (ବ୍ୟୁରୋ): ଭାରତୀୟ ବଜାରରେ କମିଲା ସୁନା ଦର । ଆମେରିକା ବଜାର ଠାରୁ ଆରମ୍ଭ କରି ଭାରତୀୟ ବଜାର ଯାଏ ସୁନାଦର କିମିଛି । ୧୦ ଗ୍ରାମ୍‍ ସୁନା ପ୍ରତି ୬୦ରୁ ଅଧିକ ଟଙ୍କା ହ୍ରାସ ପାଇଛି । ସେହିପରି ବଜାରରେ ରୁପା ଦର ମଧ୍ୟ ହ୍ରାସ ପାଉଛି । ରୂପା ମୂଲ୍ୟ କିଲୋଗ୍ରାମ ପ୍ରତି ୨୦୦ରୁ ଅଧିକ ଟଙ୍କା ହ୍ରାସ ଘଟିଛି । ଘରୋଇ ବଜାରରେ ମଧ୍ୟ ସୁନା ଦର ହ୍ରାସ ପାଇଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନାର ମୂଲ୍ୟ ଆଜି ସକାଳେ ଦଶ ଗ୍ରାମ ପିଛା ୬୫ ଟଙ୍କା କମି  ୪୭,୮୯୦ ଟଙ୍କା ରହିଛି । ଗୋଟିଏ ଦିନ ପୂର୍ବରୁ ଦଶ ଗ୍ରାମ ପ୍ରତି ସୁନା ୪.୯୧୭ ଟଙ୍କା ରହିଥିଲା।

ଘରୋଇ ବଜାରରେ ରୁପାର ମୂଲ୍ୟ ମଧ୍ୟ ହ୍ରାସ ଘଟିଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଆଜି ସକାଳେ ରୁପା କିଲୋଗ୍ରାମ ପିଛା ୬୧,୭୦୦ ଟଙ୍କା ରହିଛି । ବାଣିଜ୍ୟ ସ୍ତରରେ ରୁପା ମଧ୍ୟ କିଲୋଗ୍ରାମରେ ୬୧,୬୭୩ ଟଙ୍କାରେ ପହଞ୍ଚିଛି । ଗୋଟିଏ ଦିନ ପୂର୍ବରୁ ରୁପା ମୂଲ୍ୟ କିଲୋଗ୍ରାମ ପ୍ରତି ୬୧,୮୯୮ ଟଙ୍କା ରହିଥିଲା ।
ବୈଦେଶୀକ ବଜାରରେ ମଧ୍ୟ ସୁନାର ଦାମ୍‍ ହ୍ରାସ ପାଇଛି । ନ୍ୟୁୟର୍କର ବଜାରରେ ସୁନା ମୂଲ୍ୟ ୧.୨୦ ଡଲାରରୁ ହ୍ରାସ ପାଇ ୧୮୧୪.୬୦ ଡଲାରରେ ରହିଛି । ରୁପା କଥା କହିଲେ, ନ୍ୟୁୟର୍କରେ ରୁପା ୨୩ ଡଲାରରୁ ହ୍ରାସ ପାଇଛି ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories