ଭୁବନେଶ୍ୱର: ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ମିସ୍ ଇଣ୍ଡିଆରେ ଚମକିଲେ ଓଡ଼ିଆ ଝିଅ । ଢେଙ୍କାନାଳ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ଜଗଜିତା ଦାସ ଓରଫ ରିସ୍ନା । ପିଲାବେଳୁ ତୁଳସୀ ଦୁଇ ପତ୍ର, ବାସିଲା ପରି ତାଙ୍କର ପ୍ରତିଭା ଛୋଟବେଳୁ ଦେଖିବାକୁ ମିଳିଥିଲା । ବିଦ୍ୟାଳୟ ,କଲେଜ ସମୟରୁ ବିଭିନ୍ନ ପ୍ରତିଯୋଗିତରେ ଅଂଶଗଅହଣ କରିଆସୁଥିଲେ ଜଗଜିତା । ଜଗଜିତା ଜଣେ ସଫ୍ଟୱେୟାର ଇଂଜିନିୟର ହୋଇଥିଲା ବେଳେ ମୁମ୍ବାଇ ସ୍ଥିତ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ରନର୍ସଅଫ୍ ଭାବେ ୨ୟ ସ୍ଥାନ ଅଧିକାର କରିଛନ୍ତି ଓ ଓଡ଼ିଆଣୀ ବେଶଭୁସାରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସହ ଏହି ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଢେଙ୍କାନାଳର ଝିଅ ଓଡ଼ିଶା ଓ ନିଜ ଜିଲ୍ଲା ଢେଙ୍କାନାଳ ପାଇଁ ଗର୍ବ ଆଣିଛନ୍ତି । ଆଗାମୀ ଦିନରେ ସବୁ ବର୍ଗର ଲୋକଙ୍କ ପାଇଁ ସେବା କରିବାପାଇଁ କହିଛନ୍ତି। ଆଜି ଜିଲ୍ଲାପାଳଙ୍କ କାର୍ୟ୍ୟଳୟରେ ପହଞ୍ଚି ଜିଲ୍ଲପାଳ ସରୋଜ କୁମାର ସେଠୀଙ୍କୁ ସାକ୍ଷାତ କରିଥିଲେ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅଁଳାବେରେଣୀ ଗ୍ରାମର ସରକାରୀ କର୍ମଚାରୀ ଚିତ୍ତରଞ୍ଜନ ଦାସ ଓ ଶିକ୍ଷୟତ୍ରୀ ମଞ୍ଜିଲତା ପାଣିଙ୍କ ଏକମାତ୍ର ସୁକନ୍ୟା ହେଉଛନ୍ତି ଜଗତଜିତା ଦାସ ।
Popular Categories


