www.samajalive.in
Tuesday, December 9, 2025
26.1 C
Bhubaneswar

ଆଠଗଡ ବ୍ଲକ ୧ନଂ ଜୋନରେ ୪୩୪୬୭ ମତଦାତା

ଆଠଗଡ: ଆଠଗଡ ବ୍ଲକର ୧ନଂ ଜୋନ୍‍ଟି ୧୦ଟି ପଞ୍ଚାୟତକୁ ନେଇ ଗଠିତ। ଗତ ୨୦୧୭ ନିର୍ବାଚନରେ ଏହି ଜୋନରୁ ଶାସକ ବିଜେଡିର ପ୍ରାର୍ଥୀ ସୁନିଲ କୁମାର ପରିଡା ବିଜୟୀ ହେବା ସହିତ କଟକ ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ପଦବୀରେ ଅଧିଷ୍ଠିତ ହୋଇଥିଲେ। ଏହି ୧ନଂ ଜୋନ୍‍ ଅଧିନରେ ବଡଭୂଇଁ (ଭୋଟର ସଂଖ୍ୟା ୪୨୬୭), ଜେନାପଦାଦେଶ (୪୫୪୫), ଖୁଣ୍ଟକଟା(୬୭୯୪), ଇଚ୍ଛାପୁର(୪୦୪୧), ସମସରପୁର(୫୨୪୩), ସଠିଲୋ(୪୩୧୬), ଦୋରଡ(୪୧୪୯), କୁଲାଇଲୋ(୪୧୪୯), ଜୋରନ୍ଦା(୩୫୩୧) ଓ ତରଡିଙ୍ଗ(ଭୋଟର ସଂଖ୍ୟା ୨୯୬୩) ଆଦି ୧୦ଟି ପଞ୍ଚାୟତର ମୋଟ ୪୩୪୬୭ଜଣ ଭୋଟର ଆଗାମୀ ନିର୍ବାଚନରେ ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ।

ଚଳିତ ନିର୍ବାଚନରେ ୧ନଂ ଜୋନ ଜିଲ୍ଲାପରିଷଦ ପଦବୀଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବାରୁ ଏଠାରୁ ପ୍ରତିନିଧିତ୍ୱ କରୁଥିବା ସୁନିଲ ପରିଡାଙ୍କର ପୁନଃ ପ୍ରାର୍ଥୀ ହେବା ଆଶା ମଉଳିଯାଇଛି। ତେବେ ଶ୍ରୀ ପରିଡା ଏହି ଆସନରେ ତାଙ୍କ ପତ୍ନୀଙ୍କ ପାଇଁ ଦଳିୟ ଟିକେଟ ଲାଗି ଆଶାୟୀ ଥିବାବେଳେ ଦଳ ପକ୍ଷରୁ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଅଶାନ୍ତି ବେହେରାଙ୍କ ପ୍ରାର୍ଥୀତ୍ୱ ଉପରେ ମୋହର ମାରିଥିବା ନେଇ ଚର୍ଚ୍ଚା ହେଉଛି। ବିରୋଧି ବିଜେପି ଓ କଂଗ୍ରେସ ଆସନ୍ତା ସୋମବାର ସନ୍ଧ୍ୟାସୁଦ୍ଧା ଏହି ଜିଲ୍ଲା ପରିଷଦ ଆସନରେ ସେମାନଙ୍କର ପ୍ରାର୍ଥୀଙ୍କ ନାମ ଚୂଡାନ୍ତ କରିବେ ବୋଲି ସେମାନଙ୍କ ଦଳୀୟ ସୁତ୍ରରୁ ଜଣାପଡିଛି।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories