ବାଲୁଗାଁ : ରୋଗୀ ମୃତ୍ୟୁକୁ ନେଇ ବାଣପୁର ମେଡ଼ିକାଲରେ ଉତ୍ତେଜନା ଦେଖାଦେଇଛି। ଜଣେ ରୋଗୀକୁ ଏହି ମେଡ଼ିକାଲ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ପହଞ୍ଚିବା ପରେ ଡାକ୍ତର ରୋଗୀଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ଉତ୍ତେଜନା ଦେଖାଦେଇଥିଲା। ରୋଗୀଙ୍କ ସଂପର୍କୀୟ ଡ଼ାକ୍ତରଙ୍କୁ ମାଡ଼ ମାରିବା ସହ ପ୍ରବଳ ପାଟିତୁଣ୍ଡ ମଧ୍ୟ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବାଣପୁର ଥାନାରେ ଡ଼ାକ୍ତର ଅଭିଯୋଗ କରିଛନ୍ତି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Popular Categories



