www.samajalive.in
Sunday, December 7, 2025
26.1 C
Bhubaneswar

ବେଆଇନ ପଥର ଚୋରା ଚାଲାଣ, ଟ୍ରକ ଏବଂ ପାୱାରଟିଲର ଜବତ

ବେଗୁନିଆ: ବେଗୁନିଆ ତହସିଲ ଅଞ୍ଚଳରେ ବହୁ ବେଆଇନ ପଥର ଖଣି ଚାଲିଥିବାବେଳେ ପଥର ମାଫିଆମାନେ ପ୍ରଶାସନର ଗତିବିଧିକୁ ଲକ୍ଷ୍ୟ ରଖି ରାତି ଅଧିଆ ପଥର କାଟି ଚୋରା ଚାଲାଣ କରୁଛନ୍ତି। ପଥର ମାଫିଆମାନେ ଦିବା ରାତ୍ର ଥାନା ଏବଂ ତହସିଲ କାର୍ଯ୍ୟାଳୟରେ ଘୁରି ବୁଲୁଥିବାର ଦେଖିବାକୁ ମିଳୁଥିବା ବେଳେ ରାତ୍ରି ହେଲେ ବ୍ଲକ ନିକଟସ୍ଥ ତହସିଲ କାର୍ଯ୍ୟାଳୟକୁ ଯିବା ରାସ୍ତାରେ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟ।ଳୟ ଆଗରେ ସବୁଦିନ ସନ୍ଧ୍ୟା ସମୟରୁ ମାଫିଆମାନେ ମେଳି ବାନ୍ଧୁଥିବାର ଦେଖିବାକୁ ମିଳୁଛି।କିଛି ଅଧିକାରୀ ଏବଂ କର୍ମଚାରୀମାନେ ମାଫିଆମାନଙ୍କ ସହିତ ଭିତିରି ସମ୍ପର୍କ ରଖି ହାତ ଚିକ୍କଣ କରୁଛନ୍ତି। ଆଉ କିଛି ମାଫିଆଙ୍କର ଗାଡି ପଥର ଚୋରା ଚାଲାଣରେ ଲାଗିଥିବା ଯୋଗୁଁ ଏବଂ ଅନ୍ୟ କେତେକ ମାଫିଆ ପଥର କାଟୁଥିବାରୁ ସେମାନେ କର୍ମଚାରୀଙ୍କର ଚାମଚାଗିରି କରୁଥିବାର ଦେଖିବାକୁ ମିଳୁଛି।

ତହସିଲଦାର ପୃଥ୍ୱୀରାଜ ମଣ୍ଡଳଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ତହସିଲଦାର ସନାତନ ଆଚାର୍ଯ୍ୟ ଏବଂ ତହସିଲ କାର୍ଯ୍ୟାଳୟର ଏନଫୋର୍ସ ଟିମରେ ଥିବା ପତିତପାବନ ମହାପାତ୍ର, କୃଷ୍ଣଚନ୍ଦ୍ର ମହାପାତ୍ର, ବିଜୟ କୁମାର ମାର୍ଥ। ଏବଂ ବୁଟୁ ସାହୁ ରାତିରେ ହଜ ନିକଟରୁ ଗୋଟିଏ ମିନିଟ୍ରକ ଏବଂ ଆଇଚର ଗାଡ଼ିରେ ମାଙ୍କଡା ପଥର ବୋଝେଇ କରି ରଣପୁର ଅଭିମୁଖେ ଯାଉଥିବା ବେଳେ ଗାଡି ଦୁଇଟିକୁ ଜବତ କରିଥିଲେ। ଗାଡି ଦୁଇଟିକୁ ଆଣି ତହସିଲ କାର୍ଯ୍ୟାଳୟରେ ରଖି ପୁନଶ୍ଚ ରାତି ୧ ଘଣ୍ଟା ସମୟରେ ସିକୋ ନିକଟରୁ ୨ଟି ସ୍ପଲ ବୋଝେଇ ହାଇୱା ଜବତ କରି କାର୍ଯ୍ୟାଳୟକୁ ଆଣି ଆସୁଥିବା ବେଳେ ସକାଳେ ସିକୋ ନିକଟରୁ ଗୋଟିଏ ମାଙ୍କଡାପଥର ବୋଝେଇ ଟ୍ରକ ଜବତ କରି ଆଣି ଥାନାରେ ମାମଲା ରୁଜୁ କରାଯାଇଛି। ସେହିପରି ଆଜି ସକାଳ ୧୦ଟା ସମୟରେ ଗଡମାଣତୀର ଛିଆମ ଗ୍ରାମରେ ଥିବା ବେଆଇନ ପଥରଖଣିରୁ ପାୱାରଟିଲର ସାହାଯ୍ୟରେ ପଥର ଖୋଳାଯାଉଥିବା ଖବର ପାଇ ତହସିଲ କର୍ମଚାରୀମାନେ ଘଟଣାସ୍ଥଳରେ ପହଁଚି ପାୱାର ଟିଲରଟିକୁ ଜବତ କରି ତହସିଲ କାର୍ଯ୍ୟାଳୟକୁ ଆଣିଛନ୍ତି।ଗାଡିଗୁଡିକରୁ ମୋଟା ଅଙ୍କର ଜରିମାନା ଆଦାୟ କରି ଛାଡି ଦିଆଯିବ ବୋଲି ଜଣାପଡିଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories