www.samajalive.in
Sunday, December 7, 2025
14.1 C
Bhubaneswar

ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁଁ ଚାଷୀ ଅସନ୍ତୋଷ, ଆନ୍ଦୋଳନ ଧମକ

ବେଗୁନିଆ: ଦୀପତଳ ଅନ୍ଧାର ଭଳି ଅନ୍ୟ ଜିଲ୍ଲାରେ ମଣ୍ଡି ଖୋଲାଯାଇ ସାରିଥିବା ବେଳେ ଆଜି ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାରେ ମଣ୍ଡି ଖୋଲା ଯାଇପାରି ନାହିଁ। ଫଳରେ ଚାଷୀମାନେ ଅମଳ କରିଥିବା ଧାନର ଉଚିତ ମୂଲ୍ୟ ନପାଇ ଧାର କରଜ ସୁଝିବା ଆଶାରେ ଶାଗ ମାଛ ଦରରେ ବେପାରୀମାନଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁଁ ଆଜି ଗଡମାଣତୀର, ହୀରାପୁର ଗୋବିନ୍ଦପୁର ଏବଂ ବୋତଳମା ପଞ୍ଚାୟତର ପ୍ରାୟ ୨ ଶହ ଚାଷୀ ଗଡ଼ମାଣତୀର ସେବା ସମବାୟ ସମିତି ଗୋଦାମ ଗୃହ ଘରେ ଏକତ୍ରିତ ହୋଇ ମଣ୍ଡି ଖୋଲିବା ଦାବିରେ ଆଲୋଚନା କରିଥିଲେ।

ମଣ୍ଡି ଶୀଘ୍ର ନଖୋଲିବା ଯୋଗୁଁ ଚାଷୀମାନେ ବିଭିନ୍ନ ବାଟରେ କ୍ଷତି ସହୁଛନ୍ତି ।ହାତୀ ଉପଦ୍ରବ ଯୋଗୁଁ ଗଦା ଧାନ କିମ୍ବା ବେଙ୍ଗଳା ଧାନ ନଷ୍ଟ ହେଉଛି। ଏ ଦିଗରେ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ଚାଷୀମାନେ ଏକତ୍ରିତ ହୋଇ ତୁରନ୍ତ ମଣ୍ଡି ଖୋଲିବା ପାଇଁ ଦାବି କରିଥିଲେ। ନଚେତ ଆଗାମୀ ଦିନରେ ଚାଷୀମାନେ ଆନ୍ଦୋଳନ କରିବେ ବୋଲି ସେବା ସମବାୟ ସମିତି ସମ୍ପାଦକ ମାନସ ଛୋଟରାୟଙ୍କୁ କୃଷକ ନେତା ନିବାସ ସୁନ୍ଦରାୟ ,ଲୋଚନ ରାଉତରାୟ, ଗୋପବନ୍ଧୁ ରଣସିଂହ ଏବଂ ଶିଶିର ରାଉତରାୟ ପ୍ରମୁଖ ଚାଷୀମାନଙ୍କ ସହିତ ଆଲୋଚନାରେ ଭାଗ ନେଇ ଜଣାଇଥିଲେ। ସେବା ସମବାୟ ସମିତି ସମ୍ପାଦକ ଶୀଘ୍ର ମଣ୍ଡି ଖୋଲିବା ପାଇଁ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories