www.samajalive.in
Wednesday, December 10, 2025
15.1 C
Bhubaneswar

ସାତକୋଶିଆରେ ଶେଷ ହେଲା କୁମ୍ଭୀର ଗଣନା

ହରଭଙ୍ଗା : ସାତକୋଶିଆ ଏବଂ ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଚଳିତବର୍ଷ ଚାଲିଥିବା ଦୁଇ ଦିନିଆ କୁମ୍ଭୀର ଗଣନା ଶୁକ୍ରବାର ଶେଷ ହୋଇଛି। ଗତ ଦୁଇଦିନ ଧରି ମହାନଦୀରେ ମୋବାଇଲ ଆପ  ଓ ବାଏନାକୁଲର ସାହାଯ୍ୟରେ ଚାଲିଥିଲା ସର୍ଭେ କାର୍ଯ୍ୟ। ଉଭୟପଟୁ ୧୪ଟି ଟିମରେ ୫୮ଜଣ କର୍ମଚାରୀ ସାମିଲ ହୋଇଥିଲେ। ମାଛ ଡଙ୍ଗା ସାହାଯ୍ୟରେ ପ୍ରତିଦିନ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଟିମରେ ଥିବା କର୍ମଚାରୀମାନେ ମହାନଦୀରେ  ବୁଲି ବୁଲି ବାଲିରେ ଶୋଇଥିବା ବିଭିନ୍ନ ପ୍ରଜାତିର କୁମ୍ଭୀର ଗଣନା କରିଥିଲେ। ଏହା ସହିତ ବାଲି ଉପରେ କୁମ୍ଭୀରର ପାଦଚିହ୍ନକୁ ମୋବାଇଲ ଆପ ସାହାଯ୍ୟରେ ଚିହ୍ନଟ କରାଯାଇ ତାଲିକା ପ୍ରସ୍ତୁତ କରାଯାଇଥିଲା। ମହାନଦୀର ମାରଡା ଠାରୁ କୁତୁରୀ, ମାରଡା ଠାରୁ ଶୀତଳପାଣି, ଶୀତଳପାଣି ଠାରୁ ହରଭଙ୍ଗା ଏବଂ ହରଭଙ୍ଗା ଠାରୁ ଅଏଡା ପର୍ଯ୍ୟନ୍ତ କୁମ୍ଭୀର ଗଣନା ଚାଲିଥିଲା । ଗଣନା କାର୍ଯ୍ୟର ଚୂଡାନ୍ତ ରିପୋର୍ଟ ଆସିବା ପରେ ସାତକୋଶିଆ ମହାନଦୀ ଗଣ୍ଡରେ କେଉଁ ପ୍ରଜାତିର କେତେ କୁମ୍ଭୀର ରହିଛନ୍ତି ସେ ସଂର୍ପକରେ ସୂଚନା ମିଳିବ ବୋଲି ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସୂଚନା ମିଳିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories