www.samajalive.in
Monday, December 8, 2025
14.1 C
Bhubaneswar

ବିଶ୍ୱସ୍ତରୀୟ ହେବ କଟକ ରେଳଷ୍ଟେସନ : ଅଶ୍ୱିନୀ ବୈଷ୍ଣବ

କଟକ : କଟକ ରେଳଷ୍ଟେସନ ହେବ  ବିଶ୍ୱସ୍ତରୀୟ। କେନ୍ଦ୍ର ରେଳ, ଇଲୋକ୍ଟ୍ରୋନିକ୍ସ, ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା ଘୋଷଣା କରିଛନ୍ତି। ଶୁକ୍ରବାର କଟକ ରେଳଷ୍ଟେସନରେ ପୂର୍ବ ପ୍ରବେଶ ଦ୍ୱାର ଉନ୍ନତିକରଣର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଏହା କହିଛନ୍ତି। କଟକ ରେଳଷ୍ଟେସନକୁ ସଂଯୋଗ କରୁଥିବା ତଥା ଦ୍ୱିତୀୟ ଫାଟକକୁ ସିଧାସଳଖ ଜାତୀୟ ରାଜପଥ ସହ ସଂଯୋଗ କରାଯିବ। ସେହିପରି ମାଲଗୋଦାମ ପଟୁ ସଂଯୋଗ ରାସ୍ତାକୁ ମରାମତି କରାଯିବ ବୋଲି ସେ କହିଛନ୍ତି। ପୂର୍ବରୁ ଗୋଟିଏ ପଟରେ ପ୍ରବେଶଦ୍ୱାର ଥିଲା। ଏବେ ଷ୍ଟେସନର ଉଭୟ ପଟରେ ପ୍ରବେଶ ଦ୍ୱାର ରହିବ।

- Advertisement -

କଟକ ଷ୍ଟେସନରେ ସେ  ବିଭିନ୍ନ କାର୍ଯ୍ୟ ନିରୀକ୍ଷଣ କରିବା ସହ ଯାତ୍ରୀମାନଙ୍କ ସୁବିଧା ସମ୍ପର୍କରେ ସମୀକ୍ଷା କରିଥିଲେ। ଷ୍ଟେସନ ନିକଟରେ ଗାଡି ପାର୍କିଂ, ପିକ୍‍ଅପ୍‍ ଓ ଡ୍ରପ୍‍ ପଏଣ୍ଟ, ଆମ୍ବୁଲାନ୍ସ ପାର୍କିଂ ଏବଂ ଭିଆଇପି ପାର୍କିଂ ସହ ପ୍ରଶସ୍ତ ସଂଯୋଗୀକରଣ ରାସ୍ତା ନିର୍ମାଣକାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ କଟକ ସହର ସହିତ ତାଙ୍କର ଭାବାବେଗ ସମ୍ପର୍କ ରହିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି ।

କଟକ ରେଳ ଷ୍ଟେସନ ଠାରେ ଅନୁଷ୍ଠିତ ଏହି ଉତ୍ସବରେ ଲୋକସଭା ସାଂସଦ  ଭର୍ତ୍ତୃହରି ମହତାବ ଆଭାସୀ ମାଧ୍ୟମରେ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିବାବେଳେ ବିଧାୟକ ସୌଭିକ ବିଶ୍ୱାଳ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି କଟକ ରେଳ ଷ୍ଟେସନ ଉନ୍ନତି ପାଇଁ ବକ୍ତବ୍ୟରେ ରେଳ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।

ଉପସ୍ଥିତ କଟକର ଜନସାଧାରଣଙ୍କୁ ଉଦବୋଧନ ଦେଇ ଶ୍ରୀ ବୈଷ୍ଣବ କହିଲେ ରେଳ ମନ୍ତ୍ରଣାଳୟ କଟକ ଷ୍ଟେସନର ବିକାଶ ପାଇଁ ପ୍ରତିବଦ୍ଧ। ଏହାର ଉନ୍ନତିକରଣ ପାଇଁ ପାଣ୍ଠି ପ୍ରତିବନ୍ଧକ ହେବ ନାହିଁ । ନିର୍ମାଣ କାର୍ୟ୍ୟ ଶୀଘ୍ର ଶେଷ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବ ତଟ ଏବଂ ଦକ୍ଷିଣ ପୂର୍ବ ରେଳପଥର ମହାପ୍ରବନ୍ଧକ ଶ୍ରୀମତୀ ଅର୍ଚ୍ଚନା ଯୋଶୀ ତାଙ୍କ ପ୍ରାରମ୍ଭିକ ଅଭିଭାଷଣରେ ପୂର୍ବ ତଟ ରେଳପଥ ପ୍ରଦର୍ଶନ କରିଥିବା ସଫଳତା ଉପରେ ଆଲୋକପାତ କରିଥିଲେ। ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରାୟ ଧନ୍ୟବାଦ ଅର୍ପଣ କରିଥିଲେ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରମନ୍ତ୍ରୀ କଟକ ଆସିବା ପୂର୍ବରୁ ଆଠଗଡ ମାଧବପୁରରେ ‘ସମାଜ’ ଓ  ଲୋକସେବକ ମଣ୍ଡଳ ଦ୍ବାରା ପରିଚାଳିତ ଗୋପବନ୍ଧୁ ଆୟୁର୍ବିଜ୍ଞାନ ଓ ଗେବେଷଣା ପ୍ରତିଷ୍ଠାନରେ ଏକ ‘ସ୍ବାସ୍ଥ୍ୟସେବା ରଥ’ (ମୋବାଇଲ ହେଲ୍‍ଥ ୟୁନିଟ୍‍)ର ଉଦ୍‍ଘାଟନ କରିଥିଲେ। ଏହାପରେ କଟକସ୍ଥିତ ପ୍ରସିଦ୍ଧ କଟକଚଣ୍ଡିଙ୍କ ମନ୍ଦିରରେ ମା’ଙ୍କ ଦର୍ଶନ କରିଥିଲେ । ପରେ ପରେ ସେ  ସମସ୍ତ କାର୍ଯ୍ୟକ୍ରମ ସାରି କେନ୍ଦ୍ରମନ୍ତ୍ରୀ ଏକ ସ୍ୱତନ୍ତ୍ର ଟ୍ରେନ୍‍ ଯୋଗେ ବାଲେଶ୍ୱର ଅଭିମୁଖେ ଗସ୍ତ କରିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories