www.samajalive.in
Monday, December 8, 2025
14.1 C
Bhubaneswar

ଓମିକ୍ରନକୁ କମ୍‍ ପ୍ରଭାବୀ ବର୍ଗରେ ନିଆଯିବା ଅନୁଚିତ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଜେନେଭା: କୋଭିଡ-୧୯ର ଓମିକ୍ରନ ପ୍ରକରଣକୁ କମ୍‍ ପ୍ରଭାବୀ ବର୍ଗରେ ବିବେଚନା କରାଯିବା ଅନୁଚିତ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଗୁରୁବାର ଚେତାଇ ଦେଇଛି । ବିଶ୍ୱରେ ଏଥିରେ ଆକ୍ରାନ୍ତ ଲୋକଙ୍କର ମଧ୍ୟ ମୃତ୍ୟୁ ଘଟୁଥିବା କହିଛି ହୁ । ଓମିକ୍ରନ ପ୍ରକରଣକୁ ନେଇ ବିଶ୍ୱରେ ଜନସାଧାରଣ ବେଖାତିର ଭାବ ପ୍ରଦର୍ଶନ କରୁଥିବାରୁ ବିଶ୍ୱ ସ୍ୱାସ୍ଥ୍ର‌୍ୟ ସଂଗଠନ ସେମାନଙ୍କୁ ସତର୍କ କରାଇ ଦେଇଛି । ହୁ ମୁଖ୍ୟ ଟେଡ୍ରୋସ ଆଧାନୋମ ଘେବ୍ରିୟେସସ୍‍ କହିଛନ୍ତି, ଡେଲଟା ପ୍ରକରଣ ତୁଳନାରେ ଓମିକ୍ରନର ପ୍ରଭାବ ହୁଏତ କମ୍‍ ପରିଲକ୍ଷିତ ହେଉଛି, କିନ୍ତୁ ଏହାକୁ ହାଲୁକା ଭାବରେ ନିଆଯାଇପାରିବ ନାହିଁ ।
ସେ କହିଛନ୍ତି ଯେ, ପୂର୍ବ ପ୍ରକରଣଗୁଡିକ ଭଳି ଏଥିରେ ଆକ୍ରାନ୍ତ ମଧ୍ୟ ହସପିଟାଲରେ ଭର୍ତ୍ତି ହେଉଛନ୍ତି, ଏପରିକି ଏଥିରେ ଆକ୍ରାନ୍ତ ଲୋକଙ୍କର ମୃତ୍ୟୁ ଘଟୁଛି । ଏହି ପ୍ରକରଣ କ୍ଷେତ୍ରରେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ଗୁରୁତ୍ୱ ଦେଇ ଡା.ଟେଡ୍ରୋସ କହିଛନ୍ତି, ତାହା ନହେଲେ ଏହା ମଧ୍ୟ ଘାତକ ସାଜିପାରେ । ସେ କହିଛନ୍ତି ଯେ ବିଶ୍ୱରେ କୋଭିଡର ସୁନାମି ଏତେ କ୍ଷିପ୍ର ଏବଂ ବିଶାଳ ହୋଇଛି ଯେ ତାହା ସମୁଦାୟ ବିଶ୍ୱର ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରତି ଚିନ୍ତାର କାରଣ ପାଲଟିଛି । ଡା. ଟେଡ୍ରୋସ କହିଛନ୍ତି, ସଂପ୍ରତି ଯେତିକି ସଂଖ୍ୟାରେ ସଂକ୍ରମିତଙ୍କ ସଂଖ୍ୟା ସମ୍ମୁଖକୁ ଆସୁଛି ତାହାଠାରୁ ଅଧିକ ସଂକ୍ରମିତ ମଧ୍ୟ ଥାଇପାରନ୍ତି । କାରଣ ଯେତିକି ନମୁନା ପରୀକ୍ଷା କରାଯାଉଛି ସେହି ଆଧାରରେ ସଂଖ୍ୟା ଜଣାପଡୁଛି । ସେଥିପାଇଁ କୋଭିଡ ସମ୍ପର୍କିତ ସମସ୍ତ ନିୟମାବଳୀ କଡାକଡି ଭାବରେ ପାଳନ କରିବାକୁ ସେ ବିଶ୍ୱ ସମୁଦାୟଙ୍କୁ ନିବେଦନ କରିଛନ୍ତି । ଏଥିସହିତ କୋଭିଡ ଟିକାର ବିଶ୍ୱରେ ସମାନ ଆବଣ୍ଟନ ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ସେ ସତର୍କ କରାଇ କହିଛନ୍ତି ଯେ ୨୦୨୦ରେ ଟିକା ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅସମତୁଲ ସ୍ଥିତି କାରଣରୁ ବିଶ୍ୱରେ ସ୍ଥିତି ବିଗିଡିଯାଇଥିଲା । ତାହାର ଯେଭଳି ପୁନରାବୃତ୍ତି ନଘଟେ ସେଥିପାଇଁ ରାଷ୍ଟ୍ରଗୁଡିକ ଧ୍ୟାନଦେବାର ଆବଶ୍ୟକତା ରହିଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories