www.samajalive.in
Tuesday, December 9, 2025
17.1 C
Bhubaneswar

ରାମନାଗୁଡାରେ କଂଗ୍ରେସ କର୍ମୀ ସମ୍ମୀଳନୀ, ୨ଶହରୁ ଉର୍ଦ୍ଧ୍ବ ବିଜେପି ଓ ବିଜେଡି କର୍ମୀ ସାମିଲ

ରାମନାଗୁଡା: ପଞ୍ଚାୟତ ନିର୍ବାଚନ ଯେତେ ଅଞ୍ଚଳରେ ରାଜନୈତିକ ଉଷ୍ମତା ଦେଖାଦେଇଛି। ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଚାକୁଣ୍ଡା ହାଟପଦା ଠାରେ କଂଗ୍ରେସ କର୍ମୀ ସମ୍ମୀଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କଂଗ୍ରେସ କର୍ମୀ ସ୍ଥାନୀୟ ହନୁମାନ ମନ୍ଦିର ନିକଟରୁ ବିରାଟ ଶୋଭାଯାତ୍ରାରେ ଆସିବା ସହ ବ୍ଲକ ସମ୍ମୁଖରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ରାସନକାର୍ଡ଼ ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଦୁର୍ନୀତି ସମ୍ପର୍କରେ ବର୍ଷିଥିଲେ। ପରେଏକ ଆୟୋଜିତଏହି ଅନୁଷ୍ଠିତ କର୍ମୀ ସମ୍ମୀଳନୀରେ ବ୍ଲକର ପ୍ରାୟ ୨ଶହରୁ ଉର୍ଦ୍ଧ୍ବ ବିଜେପି ଓ ବିଜେଡି କର୍ମୀ କଂଗ୍ରେସରେ ସାମିଲ ହୋଇଥିଲେ। ତେବେ ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ସମସ୍ତେ ମିଳିମିଶି କଂଗ୍ରେସ ପ୍ରତି କାର୍ଯ୍ୟ କରିବାକୁ ଶପଥ ନେଇଥିଲେ।

ଏଥିରେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲ୍ଲାକା, ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ବିଜୟ ଗମାଙ୍ଗ, ଗୁଡାରୀ ବ୍ଲକ ଅଧ୍ୟକ୍ଷା ଶାନ୍ତି ଜାଗେରଙ୍ଗା,ବ୍ଲକ କଂଗ୍ରେସ ସଭାପତି ବାଞ୍ଛାନିଧି ବେହେରା, ଜିଲ୍ଲା ସଂପାଦକ ଆଇ ଆପାରାଓ, ସାଂସଦ ପ୍ରତିନିଧି ଜି ପ୍ରସାଦ ରାଓ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories