www.samajalive.in
Sunday, December 7, 2025
16.1 C
Bhubaneswar

ଈଶାଙ୍କ ବୁଝାମଣା

ଧର୍ମେନ୍ଦ୍ର-ହେମାମାଳିନୀଙ୍କ ବଡ଼ ଝିଅ ଈଶା ପୁଣି ସିନେଜଗତରେ ପ୍ରବେଶ ନିମନ୍ତେ ସଜବାଜ ଆରମ୍ଭ କରିସାରିଲେଣି। ବାପା ଧର୍ମେନ୍ଦ୍ରଙ୍କ ଅନିଚ୍ଛା ସତ୍ତ୍ବେ ଈଶା ନିଜ ଜିଦ୍‌ରେ ଏହି କ୍ଷେତ୍ରରେ କ୍ୟାରିୟର ଗଢ଼ିଥିଲେ। ଭଲଭଲ ବ୍ୟାନରର ଚଳଚ୍ଚିତ୍ର ତାଙ୍କୁ ମିଳିଥିଲା, କିନ୍ତୁ ଈଶା ନିଜ ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିପାରିଲେ ନାହିଁ। ଯେନତେନ ପ୍ରକାର ତାଙ୍କ କ୍ୟାରିୟର ଆଗକୁ ବଢ଼ିଲା। ଏସବୁ ଭିତରେ ଈଶାଙ୍କ ବିବାହ ଶିଳ୍ପପତି ଭରତ୍‌ ତଖତାନୀଙ୍କ ସହ ସ୍ଥିର ହେଲା। ବିବାହ ପରେ ଈଶା କେବଳ ବିଜ୍ଞାପନ ଓ ଫେସନ୍ ଶୋ’ରେ ହିଁ ସୀମିତ ରହିଲେ। କନ୍ୟା ରାଧ୍ୟାର ଜନ୍ମ ପରେ କିନ୍ତୁ ତାଙ୍କ କ୍ୟାରିୟରର ଭାଗ୍ୟ ପୁଣି ଉଦୟ ହୋଇଛି ବୋଲି ଅନେକ ମତପ୍ରକାଶ କରିଛନ୍ତି। ସର୍ଟ ସିନେମା ‘କେକ୍ ୱାକ୍’ରେ ଈଶାଙ୍କୁ ସୁଯୋଗ ମିଳିଛି। ଏହା ସହ କରନ୍‌ ଜୋହର୍‌ଙ୍କ ଆଗାମୀ ଚଳଚ୍ଚିତ୍ରରେ ମଧ୍ୟ ଈଶା କାମ କରିବେ ବୋଲି ଶୁଣାଯାଉଛି। ଅନ୍ୟ ପାଖେ ଯେତେବେଳେ ଈଶାଙ୍କୁ ପଚରାଗଲା,ଯେ ରାଧ୍ୟାଙ୍କୁ ମାତ୍ର ୧୧ ମାସ। ଏଣୁ ସେ ସୁଟିଂ ସହ ଘର ଦାୟିତ୍ବ କିଭଳି ସମ୍ଭାଳୁଛନ୍ତି? ଏ ବାବଦରେ ଈଶା କହିଥିଲେ, ସ୍ବାମୀ ଭରତ ଓ ସେ ଉଭୟ ଝିଅ ପାଇଁ ଯତ୍ନବାନ୍। ଈଶାଙ୍କୁ ସୁଟିଂ ଥିଲେ ଭରତ ଝିଅ ପାଖେ ରହୁଥିବାବେଳେ ସ୍ବାମୀ ବ୍ୟବସାୟଭିତ୍ତିକ ଯାତ୍ରା କଲାବେଳେ ଈଶା ସେ ଦାୟିତ୍ବ ନିଅନ୍ତି। ଅନ୍ୟ ପାଖେ ଦୁହେଁ ଖୁବ୍ ବ୍ୟସ୍ତ ରହିଲେ, ଭରତଙ୍କ ମା’ ନାତୁଣୀର ଭଲଭାବେ ଦେଖାରଖା କରନ୍ତି। ଏଇ କିଛିଦିନ ତଳେ ଏକ ଜରୁରୀ କାମରେ ଈଶା ଓ ତାଙ୍କ ଶାଶୂ ଆସାମ ଯାତ୍ରା କଲାବେଳେ ରାଧ୍ୟାର ଦାୟିତ୍ବ ୨ଦିନ ପାଇଁ ଆଈ ମା’ ହେମାମାଳିନୀ ନେଇଥିଲେ। ଏସବୁ କେବଳ ଉତ୍ତମ ବୁଝାମଣା କାରଣରୁ ହୋଇଥାଏ ବୋଲି ଈଶା କହିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories