www.samajalive.in
Sunday, December 7, 2025
18.1 C
Bhubaneswar

କୃଷକ ସଙ୍ଗଠନ ପକ୍ଷରୁ ୩ ଦଫା ଦାବି ନେଇ ପ୍ରତିବାଦ ସଭା

ବେଗୁନିଆ: ସରକାରଙ୍କର ଚାଷୀ ମାରଣ ନୀତି ବିରୁଦ୍ଧରେ ଆଜି ବେଗୁନିଆ ବ୍ଲକ କୃଷକ ସଙ୍ଗଠନ ପକ୍ଷରୁ ଏକ ପ୍ରତିବାଦ ସଭା କରାଯିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ୩ ଦଫା ଦାବି ନେଇ ବେଗୁନିଆ ତହସିଲଦାରଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି।ବେଗୁନିଆ ବ୍ଲକର ୨୧ଟି ପଂଚାୟତରେ ଖରିଫ ଧାନ ଅମଳ ସମୟରେ ଅଦିନିଆ ବର୍ଷା ସାଙ୍ଗକୁ ଜୱାଦ ବାତ୍ୟା ଜନିତ ବର୍ଷା ଯୋଗୁଁ ଧାନ ଫସଲ ସମ୍ପୂର୍ଣ ନଷ୍ଟ ହୋଇଯାଇଛି। ଚାଷୀ ଧାରକରଜ ସହିତ ସେବାସମବାୟ ସମିତିରୁ ଋଣ କରି ଧାନ ଫସଲ ଅମଳ କରିବ ବୋଲି ଯେଉଁ ଆଶା କରିଥିଲା ତାହା ଧୂଳିସାତ ହେବାକୁ ବସିଛି। କ୍ଷୟକ୍ଷତି ପୂର୍ବରୁ କୃଷି ବିଭାଗ ତରଫରୁ କେତେକ ପଞ୍ଚାୟତରେ ଶସ୍ୟ ଅମଳ ଆକଳନ କରାଯାଇଥିଲା। ଯାହାକି ବର୍ତମାନ ସମୟ ପାଇଁ ଆଦୋୖ ପ୍ରଯୁଜ୍ୟ ନୁହେଁ।

ବୀମା କମ୍ପାନୀ କୃଷକମାନଙ୍କର ଶସ୍ୟ ବୀମା କରୁଥିବା ବେଳେ କ୍ଷୟକ୍ଷତି ସମୟରେ ବୀମା କମ୍ପାନୀର ଲୋକମାନଙ୍କୁ ଦେଖିବାକୁ ମିଳୁନାହିଁ। ସେମାନେ କ୍ଷୟକ୍ଷତି ଆକଳନ କରିବା ପାଇଁ ଆସୁନାହାନ୍ତି କିମ୍ବା ଯେତିକି କ୍ଷତି ହୋଇଛି ସେତିକି ମଧ୍ୟ ଦେବା ପାଇଁ ଚାହୁଁ ନାହାନ୍ତି। କେବଳ ଶସ୍ୟ ବୀମା କରି ଚାଷୀମାନଙ୍କ ଶୋଷଣ କରୁଛନ୍ତି। ତେଣୁ ବେଗୁନିଆ ବ୍ଲକ ଚାଷୀମାନେ କ୍ଷୟକ୍ଷତିର ଭରଣା କରିବା ପାଇଁ ଆଜି ବେଗୁନିଆ ମିନି ଷ୍ଟାଡିୟମ ପଡ଼ିଆରେ ଏକତ୍ରିତ ହୋଇ ଏକ ପ୍ରତିବାଦ ସଭା କରିଥିଲେ। ସେଠାରୁ ବେଗୁନିଆ ତହସିଲ କାର୍ଯ୍ୟାଳୟ ଅଭିମୁଖେ ଆସି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ତହସିଲଦାର ପୃଥ୍ୱୀରାଜ ମଣ୍ଡଳଙ୍କୁ ୩ ଦଫା ଦାବି ବିମାରାଶି ଜନିତ କ୍ଷୟକ୍ଷତି ପ୍ରଦାନ, କ୍ଷୟକ୍ଷତି ଭରଣା ଅର୍ଥରାଶି ଘୋଷଣା ଏବଂ କୃଷି ଋଣ ଛାଡ କରିବା ପାଇଁ ସଂଗଠନର ସଭାପତି ପୂର୍ଣ୍ଣଚନ୍ଦ୍ର ଭୁଜବଳ, ଭିକାରୀ ସାହୁ, ସୌରୀ ସାହୁ, ସୁମନ୍ତ ମାନସିଂହ, ସୁରେନ୍ଦ୍ର ବେହେରା ଏବଂ ମମତା ବେହୁରା ପ୍ରମୁଖ ଦାବିପତ୍ର ପ୍ରଦାନ କରିଛନ୍ତି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories