www.samajalive.in
Sunday, December 7, 2025
13.1 C
Bhubaneswar

ଦେଶରେ ବଢ଼ୁଛି ନକଲି ଖାଇବା ତେଲ ବିକ୍ରି

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି ନକଲି ଖାଇବା ତେଲ ବିକ୍ରି । ଏଫଏସଏସଏଆଇର କହିବା ଅନୁଯାୟୀ ଦେଶର ୫୮୭ ଟି ଜିଲ୍ଲା ଏବଂ ଚାରୋଟି ମେଟ୍ରୋ ସହରରୁ ୧୫ ପ୍ରକାରର ଖାଇବା ତେଲର ୪,୪୬୧ ନମୁନା ନିଆଯାଇଥିଲା । ସେଥି ମଧ୍ୟରୁ ୨.୪୨ ପ୍ରତିଶତ ଅର୍ଥାତ୍ ୧୦୮ ନମୁନା ସଂପୂର୍ଣ୍ଣ ନକଲି ବୋଲି ଜଣାପଡିଛି । ତେଲରେ ବିଭିନ୍ନ ପ୍ରକାରର ରାସାୟନିକ ଦ୍ରବ୍ୟ ପଦାର୍ଥ ମିଶାଯାଇଥିବା ଦାବି ରଖିଛି । ଯାହା ସ୍ୱାସ୍ଥ୍ୟ ପାଇଁ ବିପଦଜନକ ବୋଲି ପ୍ରମାଣିତ ହୋଇପାରେ । ଏନେଇ ଗତ ବୁଧବାର ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ ଏକ ରିପୋର୍ଟ ପ୍ରକାଶ କରିଛି । ରିପୋର୍ଟରେ କୁହାଯାଇଛି କି, ସାରା ଦେଶରୁ ସଂଗୃହିତ ଖାଇବା ତେଲ ନମୁନାଗୁଡିକର ୨୪.୨ ପ୍ରତିଶତ ମାନ ଖରାପ ରହିଛି । ଏହି ନମୁନାଗୁଡ଼ିକରେ ହାଇଡ୍ରୋସିୟାନିକ୍ ଏସିଡ୍ ମିଳିଥିଲା, ଯାହାକି ଏକ ପ୍ରକାର ବିଷାକ୍ତ ରାସାୟନିକ ଅଟେ । ଯାହା ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପକାଇପାରେ ।

ଏଫଏସଏସଏଆଇ କହିଛି, ମୋଟ ନମୁନା ମଧ୍ୟରୁ ୧୨.୮ ପ୍ରତିଶତ ଅର୍ଥାତ୍ ୫୭୨ ଉତ୍ପାଦର ଲେବଲ୍ ଉପରେ ଦିଆଯାଇଥିବା ଦାବି ପୂରଣ କରିନାହିଁ । ଭିଟାମିନ୍ ଏ ଏବଂ ଡି ଏହି ଖାଇବା ତେଲରେ ମିଳିବା ପାଇଁ ଦାବି କରାଯାଇଥିଲା । କିନ୍ତୁ ଏହି ଦାବି ପରୀକ୍ଷାରେ ବିଫଳ ହୋଇଥିଲା । ଏହିପରି ନମୁନାଗୁଡିକ ଭୁଲ୍ ବର୍ଗରେ ସ୍ଥାନିତ କରାଯାଇଛି । ଅନେକ ଖାଇବା ତେଲ ଅନ୍ୟ ତେଲ କିମ୍ବା ରାସାୟନିକ ପଦାର୍ଥ ସହିତ ବ୍ୟଭିଚାର ହୋଇଥିବାବେଳେ କେତେକ ସ୍ୱୟଂ ଜୀବନ ଭଳି ମାନଦଣ୍ଡକୁ ପୂରଣ କରିନଥିଲେ । ଏହି ତେଲର ନମୁନା ଏଫଏସଏସଏଆଇ ଅଗଷ୍ଟ ୨୫ ରୁ ଦେଶର ବିଭିନ୍ନ ସ୍ଥାନରୁ ସୋରିଷ ତେଲ, ନଡିଆ ତେଲ, ମିଶ୍ରିତ ତେଲ, ସୋୟାବିନ୍ ତେଲ, ସୂର୍ୟ୍ୟମୁଖୀ ତେଲ ପରି ବିଭିନ୍ନ ତେଲ ଉପରେ ପରୀକ୍ଷା କରିଛି । ଖାଦ୍ୟ ନିୟାମକ ତୈଳ ଉତ୍ପାଦନକାରୀ କମ୍ପାନୀମାନଙ୍କୁ ବ୍ୟଭିଚାର ବିରୁଦ୍ଧରେ ପଦକ୍ଷେପ ନେବାକୁ କହାଯାଇଛି ।

- Advertisement -

ଏନେଇ ଖାଦ୍ୟ ବିଭାଗର ଅଧିକାରୀ, ତୈଳ ପ୍ରକ୍ରିୟାକରଣ କମ୍ପାନୀର ପ୍ରତିନିଧୀ, ସଂପୃକ୍ତ ମନ୍ତ୍ରଣାଳୟ ଏବଂ ବିଭାଗର ପ୍ରତିନିଧୀମାନେ ଏକ ବୈଠକ କରିଥିଲେ । ଅନୁସନ୍ଧାନ ପାଇଁ ଏନଫୋର୍ସମେଣ୍ଟ ଏଜେନ୍ସି ନିର୍ଦ୍ଦେଶ ଦେଇଛନ୍ତି ବହୁ ପରିମାଣର ନକଲି ଖାଇବା ତେଲ ଚିହ୍ନଟ ହେବା ପରେ ଏହ।କୁ ବନ୍ଦ କରିବାକୁ ଏଫଏସଏସଏଆଇ କାର୍ୟ୍ୟକାରୀ ଏଜେନ୍ସି ଏବଂ ରାଜ୍ୟ ଅନୁସନ୍ଧାନକାରୀ ୟୁନିଟ୍କୁ ନିର୍ଦ୍ଦେଶ ଦେଇଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories