www.samajalive.in
Sunday, December 7, 2025
18.1 C
Bhubaneswar

ନକ୍‍ଆଉଟ୍‍ ମ୍ୟାଚ୍‌ର ଟିକଟ ବିକ୍ରି ଆରମ୍ଭ; ସାଧାରଣ ଦର୍ଶକଙ୍କ ପାଇଁ ୧୫ ହଜାର

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମ୍‍ରେ ଆଉ ୭୩ ଦିନ ପରେ ପୁରୁଷ ହକି ବିଶ୍ୱକପର ୧୪ଶ ସଂସ୍କରଣ ଖେଳାଯିବ। ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ବିଶ୍ୱକପ୍‍ ଲାଗି ଜୋରଦାର ପ୍ରସ୍ତୁତି ଚାଲିଛି। ଲିଗ୍‍ ମ୍ୟାଚ୍‍ର ଅନ୍‍ଲାଇନ୍‍ ଟିକଟ ବିକ୍ରି ଜାରି ରହିଥିବାବେଳେ ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍‍) ପକ୍ଷରୁ ନକ୍‍ଆଉଟ୍‍ ମ୍ୟାଚ୍‍ ଟିକଟ ବିକ୍ରି ଆରମ୍ଭ ହୋଇଛି। ଶୁକ୍ରବାର ହକି ଇଣ୍ଡିଆ ସଭାପତି ରାଜିନ୍ଦର ସିଂହ ନକ୍‍ଆଉ୍‍ଟ ଟିକଟ ବିକ୍ରିର ଶୁଭାରମ୍ଭ କରିଛନ୍ତି।
ଲିଗ୍‍, କ୍ରସଓଭର ଓ କ୍ୱାର୍ଟରଫାଇନାଲ ମ୍ୟାଚ୍‍ର ଟିକଟ ମୂଲ୍ୟଠାରୁ ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍‍ର ଟିକଟ ମୂଲ୍ୟ ବୃଦ୍ଧି କରାଯାଇଛି। ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍‍ ଲାଗି ପୂର୍ବ ଷ୍ଟାଣ୍ଡ୍‍ର ଟିକଟ ମୂଲ୍ୟ ୨୫୦ ଟଙ୍କା, ଉତ୍ତର ଷ୍ଟାଣ୍ଡ୍‍ ଓ ଦକ୍ଷିଣ ଷ୍ଟାଣ୍ଡ୍‍ର ଟିକଟ ମୂଲ୍ୟ ୧୫୦ ଟଙ୍କା ଲେଖାଏଁ ରଖାଯାଇଛି। ଲିଗ୍‍ ମ୍ୟାଚ ଲାଗି ପୂର୍ବ ଷ୍ଟାଣ୍ଡ୍‍ ୨୦୦ ଟଙ୍କା, ଉତ୍ତର ଓ ଦକ୍ଷିଣ ଷ୍ଟାଣ୍ଡ୍‍ର ଟିକଟ ମୂଲ୍ୟ ୧୦୦ ଟଙ୍କା ରଖା ଯାଇଥିଲା। ଲିଗ୍‍ ମ୍ୟାଚ୍‍ ଲାଗି ରହିଥିବା ଟିକଟ ମୂଲ୍ୟ କ୍ରସ୍‍ ଓଭର ଓ କ୍ୱାର୍ଟରଫାଇନାଲ ମ୍ୟାଚ୍‍ ସହ ସମାନ ରହିଥିବା ବେଳେ ସେମିଫାଇନାଲ, ୩ୟ ସ୍ଥାନ ଓ ଫାଇନାଲ ମ୍ୟାଚ୍‍ର ଟିକଟ ମୂଲ୍ୟରେ ସାମାନ୍ୟ ବୃଦ୍ଧି କରାଯାଇଛି। କଳିଙ୍ଗ ଷ୍ଟାଡ଼ିୟମ ହକି କମ୍ପେ୍ଲକ୍ସର ଗ୍ୟାଲେରୀ ସଂପ୍ରସାରଣ କରାଯାଇ ଦର୍ଶକଙ୍କ ସଂଖ୍ୟା ୨୦ ହଜାରକୁ ବୃଦ୍ଧି କରା ଯାଇଥିବା ବେଳେ ସାଧାରଣ ଦର୍ଶକଙ୍କ ଲାଗି ୧୫ ହଜାର ଟିକଟ ବିକ୍ରି କରାଯିବ। ବିଶ୍ୱ ହକିର ୧୬ଟି ରାଷ୍ଟ୍ରକୁ ନେଇ ୧୯ ଦିନ ଧରି ଖେଳାଯିବାକୁ ଥିବା ପ୍ରତିଯୋଗିତାରେ ମୋଟ ୩୬ଟି ମ୍ୟାଚ ଖେଳାଯିବ। ନଭେମ୍ବର ୨୮ରୁ ଡିସେମ୍ବର ୯ ପର୍ଯ୍ୟନ୍ତ ମୋଟ ୨୪ଟି ଲିଗ୍‍ ମ୍ୟାଚ ଖେଳାଯିବ। ଡିସେମ୍ବର ୧୦ ଓ ୧୧ରେ ୪ଟି କ୍ରସ ଓଭର ମ୍ୟାଚ ଖେଳାଯିବାବେଳେ ୧୨ ଓ ୧୩ରେ କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳାଯିବ। ୧୫ରେ ୨ଟି ସେମିଫାଇନାଲ ଓ ୧୬ରେ ୩ୟ ସ୍ଥାନ ଓ ଫାଇନାଲ ମ୍ୟାଚ ଖେଳାଯିବ।
ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍‌ର ଟିକଟ ମୂଲ୍ୟ
ପୂର୍ବ ଷ୍ଟାଣ୍ଡ- ୨୫୦ ଟଙ୍କା
ଉତ୍ତର ଷ୍ଟାଣ୍ଡ -୧୫୦ ଟଙ୍କା
ଦକ୍ଷିଣ ଷ୍ଟାଣ୍ଡ-୧୫୦ ଟଙ୍କା

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories