www.samajalive.in
Sunday, December 7, 2025
18.1 C
Bhubaneswar

୨୦୦୭ ପୂର୍ବରୁ ଜନ୍ମ ହୋଇଥିଲେ ନେବେ ଟିକା

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ଟିକାକରଣ ମାର୍ଗଦର୍ଶିକା ପରେ କିଶୋରଙ୍କୁ ଟିକାକରଣ ନେଇ ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ସହିତ ରାଜ୍ୟ ପ୍ରତିପକ୍ଷ ପକ୍ଷରୁ ଆଲୋଚନା କରାଯାଇ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ନୂଆବର୍ଷରୁ ଅର୍ଥାତ ୨୦୨୨ ଜାନୁଆରୀ ପହିଲାରୁ ୧୫ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ ଟିକାକରଣ ନେଇ ପଞ୍ଜୀକରଣ କରାଯିବ ଏବଂ ୩ରୁ ଟିକା ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦେଶକ ଡା. ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ରାଜ୍ୟରେ ପ୍ରାୟ ୨୫ଲକ୍ଷ ୫୩ହଜାର ୧୫ରୁ ୧୮ ବର୍ଷର ପିଲାଙ୍କୁ ଚିହ୍ନଟ କରାଯାଇଛି। ଯେଉଁମାନେ ୨୦୦୭ ପୂର୍ବରୁ ଜନ୍ମ ହୋଇଥିବେ, ସେମାନେ ଟିକା ନେଇପାରିବେ। ଟିକା ନେବା ପାଇଁ ସେମାନେ ସଂଚାର ମଧ୍ୟମ(ଅନଲାଇନ)ଓ କେନ୍ଦ୍ରରେ ପଞ୍ଜୀକରଣ କରିପାରିବେ। ନିଷ୍ପତ୍ତି ଅନୁସାରେ ପିଲାଙ୍କୁ କୋଭାକ୍ସିନ ଟିକା ଦିଆଯିବ।

ପୂର୍ବରୁ ରହିଥିବା କେନ୍ଦ୍ରରେ ଟିକା ଦିଆଯିବା ସହିତ ଆବଶ୍ୟକ ପଡିଲେ କେନ୍ଦ୍ର କରାଯାଇ ଟିକାକରଣ କରାଯିବ। ବର୍ତ୍ତମାନ ପ୍ରଥମ ପାନ ଓ ଦ୍ବିତୀୟ ପାନ ଟିକାକରଣ ଜାରି ରହିଥିବାବେଳେ ଉକ୍ତ କେନ୍ଦ୍ରରେ କିଶୋରଙ୍କୁ ଟିକାକରଣ ଯୋଗୁଁ ଭିଡ଼ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ସକାଳ ସମୟରେ କେବଳ କିଶୋରଙ୍କୁ ଟିକା ଦିଆଯିବା ନେଇ ସ୍ଥିର ହୋଇଥିବାବେଳେ ୧୮ରୁ ଅଧିକ ବୟସର ବ୍ୟକ୍ତିବିଶେଷଙ୍କୁ ଦ୍ବିତୀୟ ଅଧିବେଶନ ବା ଅପରାହ୍ଣରେ ଟିକା ଦିଆଯିବ। କିଶୋରଙ୍କ କ୍ଷେତ୍ରରେ ଟିକାକରଣ କ୍ଷେତ୍ରରେ ପ୍ରଥମ ପାନରୁ ଦ୍ୱିତୀୟ ପାନ ମଧ୍ୟରେ ବ୍ୟବଧାନ ୨୮ ଦିନ ରହିବ।

- Advertisement -

ଏହାଛଡା ପ୍ରତି କେନ୍ଦ୍ରରେ କରୋନା କଟକଣାକୁ ଗୁରୁତ୍ବ ଦିଆଯିବ। ସେହିପରି ବରିଷ୍ଠ ନାଗରିକମାନଙ୍କୁ କେଉଁ ଟିକା ଦିଆଯିବା ତାହା ସ୍ପଷ୍ଟ ହୋଇନି। ସେହିପରି ସ୍ବାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା, ବରିଷ୍ଠ ନାଗରିକମାନଙ୍କୁ ପ୍ରତି‌େ‌ଷଧାତ୍ମକ ପାନ (ପ୍ରିକସନ୍‌ ଡୋଜ)ଦିଆଯିବ। ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କ ଭିତରୁ ଜଟିଳ ରୋଗରେ ପୀଡ଼ିତ ନିଜ ଡାକ୍ତରଙ୍କ ସହ ପରାମର୍ଶ କରି ଟିକା ନେଇପାରିବେ। ଏମାନଙ୍କ କ୍ଷେତ୍ରରେ ଦ୍ୱିତୀୟ ପାନର ୯ ମାସ ପରେ ପ୍ରତିଷେଧକ ପାନ ଦିଆଯିବ ବୋଲି ଡା. ପାଣିଗ୍ରାହୀ ସୂଚନା ଦେଇଛନ୍ତି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories