www.samajalive.in
Tuesday, December 9, 2025
23.1 C
Bhubaneswar

ଖାଉଟିଙ୍କ ପାଇଁ ଭଲ ଖବର, କମିଲା ଖାଇବା ତେଲ ଦର !

ନୂଆଦିଲ୍ଲୀ: ଖାଇବା ତେଲ ଉପରେ ଗ୍ରାହକଙ୍କୁ ମିଳିବ ଆସ୍ୱସ୍ତି । ସୋମବାର ଏନେଇ ଏସଇଏ ଏକ ସୂଚନା ଦେଇଛି । ଏସଇଏର କହିବା ଅନୁଯାୟୀ ଖାଇବା ତେଲ କମ୍ପାନୀଗୁଡ଼ିକ ଗ୍ରାହକଙ୍କୁ ଆସ୍ୱସ୍ତି ଦେଇଛନ୍ତି । କମ୍ପାନୀଗୁଡ଼ିକ ତେଲର ଦାମ୍‍ ୧୦ରୁ ୧୫ % ହ୍ରାସ କରିଛନ୍ତି । ଏହି କମ୍ପାନୀ ଗୁଡ଼ିକ ମଧ୍ୟରେ ରୁଚି ସୋୟା ଓ ଆଦାନୀ ୱିଲମାର ମଧ୍ୟ ସାମିଲ ଅଛନ୍ତି । ଯାହା ଦ୍ୱାରା ଗ୍ରାହକମାନେ ଉପକୃତ ହେବେ ।

ବିଭିନ୍ନ ତେଲ କମ୍ପାନୀ ତଥା ଆଦାନୀ ୱିଲମାର ଏହାର ଫର୍ଚ୍ୟୁନ୍ ବ୍ରାଣ୍ଡ, ରୁଚି ଗୋଲ୍ଡ ଏବଂ ନଟ୍ରେଲା ବ୍ରାଣ୍ଡ, ସନ୍ରିଚ୍, ରୁଚି ସୋୟା, ଫ୍ରିଡମ୍, ସୂର୍ୟ୍ୟମୁଖୀ ଭଳି ଅନେକ ତେଲ କମ୍ପାନୀ ତାଙ୍କର ଏମଆରପି ହ୍ରାସ କରିଛନ୍ତି । ସେହିଭଳି, କୋଫକୋ ନ୍ୟୁଟ୍ରିଲାଇଭ୍ ବ୍ରାଣ୍ଡ, ଫ୍ରିଗୋରିଫିକେ ଆଲାନା ସନି ବ୍ରାଣ୍ଡ, ଗୋକୁଲ ଆଗ୍ରୋ ଭିଟାଲାଇଫ୍, ମେହାକ୍ ଏବଂ ଜ୍ୟାକା ବ୍ରାଣ୍ଡର ମୂଲ୍ୟ ହ୍ରାସ କରାଯାଇଛି ।
ଏସଇଏ ସୋମବାର ଦିନ ତାର ବିବୃତିରେ କହିଛି, ତେଲ କମ୍ପାନୀ ଗୁଡ଼ିକ ମୂଲ୍ୟ ହ୍ରାସ କରିଛନ୍ତି । ଯାହା ଜନସାଧାରଣଙ୍କୁ ଲାଭଦାୟକ ହେବ । ଏହାସହ ସରକାର ମଧ୍ୟ ନିକଟରେ ଆମଦାନୀ ଶୁଳ୍କ ହ୍ରାସ କରିଥିଲେ । କେନ୍ଦ୍ର ସରକାରଙ୍କ ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେୟ ଏନେଇ ତୈଳ ଶିଳ୍ପ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ । ବୈଠକରେ ଆମଦାନୀ ଶୁଳ୍କ ହ୍ରାସ ସହ ଜନସାଧାରଣଙ୍କୁ ଖାଇବା ତେଲ ଉପରେ କିପରି ରିହାତି ଦିଆଯାଇପାରିବ ସେ ନେଇ ଆଲୋଚନା କରିଥିଲେ ।
ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଚଳିତ ବର୍ଷ ଉଭୟ ବିଶୋଧିତ ଏବଂ ଅଶୋଧିତ ଖାଇବା ତେଲ ଉପରେ ଆମଦାନୀ ଶୁଳ୍କ ହ୍ରାସ କରିଛନ୍ତି। ଶେଷ ଆମଦାନୀ ଶୁଳ୍କ ଡିସେମ୍ବର ୨୦ ରେ ହ୍ରାସ କରାଯାଇଥିଲା । ବିଶୋଧିତ ତେଲ ଉପରେ କଷ୍ଟମ୍ସ ଶୁଳ୍କ ୧୭.୫ ପ୍ରତିଶତରୁ ୧୨.୫ ପ୍ରତିଶତକୁ ହ୍ରାସ କରାଯାଇଥିଲା ।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories