www.samajalive.in
Wednesday, December 10, 2025
15.1 C
Bhubaneswar

ପୁଣି ରାହୁଲଙ୍କ ହିନ୍ଦୁ କାର୍ଡ, କହିଲେ ହିନ୍ଦୁତ୍ୱବାଦ ଦେଶରେ ଘୃଣା ଏବଂ ହିଂସା ସୃଷ୍ଟି କରୁଛି

କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ‘ହିନ୍ଦୁତ୍ୱବାଦ’ ଉପାଦାନ ଦେଶରେ ଘୃଣା ଏବଂ ହିଂସା ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି ଏବଂ ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି। ଏକ ଟ୍ୱିଟ କରି ସେ କହିଛନ୍ତି, ହିନ୍ଦୁତ୍ୱବାଦ ଉପାଦାନ ସର୍ବଦା ଘୃଣା ଏବଂ ହିଂସା ବଢ଼ାଉଛି। ହିନ୍ଦୁ, ମୁସଲମାନ, ଶିଖ ଏବଂ ଖ୍ରୀଷ୍ଟିଆନଙ୍କୁ ଏହାର ମୂଲ୍ୟ ଦେବାକୁ ପଡିବ। ଏହାକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି। ସେ ଟ୍ଵିଟତରରେ ଇଣ୍ଡିଆ ଏଗନେଷ୍ଟ ହିନ୍ଦୁତ୍ୱ ଏବଂ ହରିଦ୍ୱାର ହେଟ ଆସେମ୍ବ୍ଲି ହାସଟ୍ୟାଗ ଜରିଆରେ ଏହି ପ୍ରସଙ୍ଗ ଉତଥାପନ କରିଛନ୍ତି।


ହରିଦ୍ୱାରରେ ଏକ ଧର୍ମ ସଂସଦରେ କିଛି ବକ୍ତା ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୁଦ୍ଧରେ ଅପମାନଜନକ ବିବୃତ୍ତି ଦେବା ପରେ କଂଗ୍ରେସ ସାଂସଦ ରାହୁଲଙ୍କ ପ୍ରତିକ୍ରିୟା ଆସିଛି। ବୁଧବାର ଦିନ ଉତ୍ତରାଖଣ୍ଡ ପୁଲିସ କହିଛି ଯେ ସେହି ଭିଡିଓ ମିଳିଛି ଏବଂ ହରିଦ୍ୱାରରେ ଭାରତୀୟ ଦଣ୍ଡବିଧି ସଂହିତାର ଧାରା ୧୫୩ଏ ଅନୁଯାୟୀ ୱାସିମ ରିଜଭି (ଛଦ୍ମନାମ ଜିତେନ୍ଦ୍ର ନାରାୟଣ ସିଂ ତ୍ୟାଗୀ) ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହା ପୂର୍ବରୁ, ରିଜଭି ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ ଏବଂ ତାଙ୍କ ନାମ ଜିତେନ୍ଦ୍ର ନାରାୟଣ ସିଂ ତ୍ୟାଗୀ ଭାବରେ ପରିବର୍ତ୍ତନ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories