www.samajalive.in
Sunday, December 7, 2025
23.1 C
Bhubaneswar

କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଚିହ୍ନଟ ସ୍ଥାନରେ ସାହି ବାସିନ୍ଦାଙ୍କ ଧାରଣା

ଗଞ୍ଜାମ : ଗଞ୍ଜାମ ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ୱାର୍ଡ ନଂ ୬ ରାମାଲିଙ୍ଗେଶ୍ୱର ମନ୍ଦିର ପାର୍ଶ୍ଵରେ ହେବାକୁ ଥିବା କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଗୁରବାର ସାହି ବାସିନ୍ଦା ଧାରଣାରେ ବସିଥିବା ଜଣାପଡିଛି। ଖବର ପାଇ ଘଟଣା ସ୍ଥଳରେ ଗଞ୍ଜାମ ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ, କାର୍ଯ୍ୟନିର୍ବାହୀ ଅଧିକାରୀ ରୋନିତ କୁମାର ପ୍ରମୁଖ ପହଂଚି ଲୋକଙ୍କୁ ବୁଝା ସୁଜା କରିଥିଲେ। କିନ୍ତୁ କୌଣସି ସୁଫଳ ମିଳିନାହିଁ। ଯାହାକୁ ନେଇ ଏକ ପ୍ରକାର ଚାପା ଉତେଜନା ଦେଖ ଦେଇଥିଲା। କଲ୍ୟାଣ ମଣ୍ଡପ ନିର୍ମାଣ ନେଇ ବର୍ତ୍ତମାନ ଆଶା ଓ ଆଶଙ୍କା ମଧ୍ୟରେ ରହିଥିବା ଆଲୋଚନା ହେଉଛି । ପ୍ରକାଶ ଯୋଗ୍ୟ ଯେ ସାହି ଲୋକଙ୍କ କହିବା କଥା ରାମାଲିଙ୍ଗେଶ୍ୱର ମନ୍ଦିର ଦଖଲରେ ଥିବା ସ୍ଥାନରେ ବିଜ୍ଞାପିତ ଅଂଚଳ ପରିଷଦ ପ୍ରଶାସନ ଜୋର ଜବରଦସ୍ତ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଚି଼ହ୍ନଟ କରିଛି। ଏନେଇ ସାହି ଲୋକଙ୍କ ମତା ମତ ନିଆଯାଇ ନାହିଁ ବୋଲି ସେମାନେ କହିଛନ୍ତି । ଫଳରେ ସେଠାରେ କଲ୍ୟାଣ ମଣ୍ଡପ ନିର୍ମାଣ ନେଇ ଲୋକ ମାନେ ବିରୋଧ କରିଛନ୍ତି । ଏଥିସହିତ ମନ୍ଦିର ପାଶ୍ୱରେ କଲ୍ୟାଣ ମଣ୍ଡପ ହେଲେ ଭୋଜି ଭାତ ଓ ଆମିଷ ଦ୍ଵାରା କଣ୍ଟା ମାଂସ ହାଡ଼ ଆଦି ମନ୍ଦିର ବେଢାରେ ପଡିବ ବୋଲି ଅଭିଯୋଗ ହୋଇଛି।

ଅନ୍ୟପଟେ ପୂର୍ବରୁ ଦୁଇଟି ସ୍ଥାନରେ କଲ୍ୟାଣ ମଣ୍ଡପ ପାଇଁ ଶିଳାନ୍ୟାସ ହୋଇଥିଲା କିନ୍ତୁ ସେଠାରେ କାହିଁକି ନ କରାଯାଇ ଠାକୁରଙ୍କ ଜାଗାରେ ନିର୍ମାଣ କରିବାକୁ ନିଷ୍ପତି ନିଆଯାଇଛି ସେ ନେଇ ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ଯଦି ଏଠାରେ କଲ୍ୟାଣ ମଣ୍ଡପ ନିର୍ମାଣ ହେବ ତାହେଲେ ମନ୍ଦିର ଉନ୍ନତି ନିମନ୍ତେ ସେଥିରୁ ଆଦାୟର ପଚାଶ ପ୍ରତିଶତ ଅର୍ଥ ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ କରିବାକୁ ଦାବୀ କରାଯାଇଛି। ଏହି ସବୁ ଦାବୀ ନେଇ ସାହି ଲୋକମାନେ ଆଜି ଧାରଣାରେ ବସିଥିଲେ। କଲ୍ୟାଣ ମଣ୍ଡପ ନିର୍ମାଣ ନେଇ ଉପଜିଥିବା ବିବାଦୀୟ ପରିସ୍ଥିତି ସମାଧାନ ପାଇଁ ପ୍ରଶାସନିକ ପକ୍ଷରୁ ସାହି ବାସୀଙ୍କୁ ନେଇ ବୈଠକ କରି ତାହାର ସମାଧାନ ବାଟ ବାହାର କରିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories