www.samajalive.in
Sunday, December 7, 2025
14.1 C
Bhubaneswar

ରେଢ଼ାଖୋଲରେ ଜଙ୍ଗଲ ନିଆଁ ରୋକିବା ପାଇଁ ସଚେତନତା କର୍ମଶାଳା

ରେଢ଼ାଖୋଲ : ଏବେ ଜାରି ରହିଛି ଶୀତର ପ୍ରକୋପ । ଗଛ ମାନେ ଏଇ ସମୟରେ ପତ୍ର ଝଡା ମଧ୍ୟ ଦେଇଥାନ୍ତି । ଆଉ କିଛି ଦିନ ଗଲା ପରେ ଶୁଖିଲା ପତ୍ର ଓ ଡାଳ ମିଶି ଜଙ୍ଗଲ ନିଆଁ ପାଇଁ ବାଟ ଫିଟେଇବେ। ଗତ ବର୍ଷ ଓଡିଶାରେ ଅନେକ ଜଙ୍ଗଲରେ ନିଆଁ ଲାଗିଥିଲା ଏବଂ ଅନେକ କ୍ଷୟକ୍ଷତି ମଧ୍ୟ ହୋଇଥିଲା । ଏଣୁ ଆସନ୍ତା ବର୍ଷ ପାଇଁ ଆଗରୁ ହିଁ ବ୍ୟବସ୍ଥା କରିବାକୁ ହେବ। ଏଇ ଲକ୍ଷ୍ୟ ରଖି ସ୍ଥାନୀୟ ଲୋକ ମାନଙ୍କ ଭିତରେ ଜଙ୍ଗଲ ନିଆଁର ଭୟାବହତା ଏବଂ ତାକୁ ରୋକିବା ପାଇଁ ସଚେତନତା କର୍ଯ୍ୟକ୍ରମ ନିହାତି ଆବଶ୍ୟକ । କାରଣ ସ୍ଥାନୀୟ ଲୋକମାନେ ହିଁ ଜଙ୍ଗଲରେ ନିଆଁ ଲାଗିବା ଖବର ପ୍ରଥମ ଦେଇଥାନ୍ତି । ସେଇ ଖବର ପାଇବା ପରେ ବନ ବିଭାଗ ତ୍ୱରିତ ପଦକ୍ଷେପ ଗ୍ରହଣ କଲେ ହିଁ ଜଙ୍ଗଲ ନିଆଁକୁ ରୋକାଯାଇ ପାରିବ ।

ଏଇ ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଡିଭିଜନ ଅନ୍ତର୍ଗତ ନାକଟିଦେଉଳ ରେଞ୍ଜରେ ଜଙ୍ଗଲ ନିଆଁର କାରଣ ଓ ତାର ନିରାକରଣ ଉପରେ ଏକ ସଚେତନତା କର୍ମଶାଳା ଆୟୋଜନ କରାଯାଇଥିଲା। ବାଟ ଗାଁ ଜୁନିୟର କଲେଜ ଓ ବାଟ ଗାଁ ହାଇ ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ନାକଟି ଦେଉଳ ରେଞ୍ଜ ତରଗରୁ ଜଙ୍ଗଲ ନିଆଁ ଦେଖିଲେ କିପରି କାର୍ଯ୍ୟାନୁଷ୍ଠାନ ନେବାକୁ ହେବ, କିପରି ବନ ବିଭାଗ କୁ ଖବର ଦେବାକୁ ହେବ ସେଇ ସବୁ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝେଇ ଦିଆଯାଇଥିଲା ।

- Advertisement -

ଛାତ୍ରଛାତ୍ରୀମାନଙ୍କ ମନରେ ଜଙ୍ଗଲ ନିଆଁ ପ୍ରତି ଚିନ୍ତା ଉଦ୍ରେକ କରେଇଵା ପାଇଁ ଚିତ୍ରାଙ୍କନ, ପ୍ରବନ୍ଧ ଲିଖନ ଓ ସ୍ଲୋଗାନ ଲେଖିବା ଆଦି ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲା । ବିଜୟୀ ଛାତ୍ରଛାତ୍ରୀ ମାନଙ୍କୁ ବାଟ ଗାଁ ସରପଞ୍ଚ ଓ ନାକଟି ଦେଉଳ ରେଞ୍ଜ ଅଫିସର ଅଶ୍ୱିନୀ କୁମାର ବେହେରା ପୁରସ୍କୃତ କରିଥିଲେ । ଏଇ କାର୍ଯ୍ୟକ୍ରମକୁ ବାଟ ଗାଁ ହାଇସ୍କୁଲ ଓ ଜୁନିୟର କଲେଜ କର୍ତ୍ତୃପକ୍ଷଙ୍କ ସହିତ ବାଟ ଗାଁ ଫରେଷ୍ଟର ଅନିଲ କିଷାନ, ଫରେଷ୍ଟ ଗାର୍ଡ ଚିତ୍ତ ରଞ୍ଜନ ମିରି ଓ ତପସ୍ୱିନୀ ମିର୍ଦ୍ଧା ପରିଚାଳନା କରିଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories