www.samajalive.in
Sunday, December 7, 2025
14.1 C
Bhubaneswar

ଓମିକ୍ରନ ଚିନ୍ତା : ଚୀନର ସିଆନ ପ୍ରଦେଶରେ ଗତ ରାତିରୁ ତାଲାବନ୍ଦ

ନୂଆଦିଲ୍ଲୀ : କରୋନାର ନୂତନ ପ୍ରକରଣ ଓମିକ୍ରନର ଦ୍ରୁତ ସଂକ୍ରମଣ ସାରା ବିଶ୍ବରେ ଚିନ୍ତାର କାରଣ ପାଲଟିଛି । ହଠାତ୍ ୫୨ ଜଣ କୋଭିଡ-୧୯ ସଂକ୍ରମିତ ଚିହ୍ନଟ ହେବା ପରେ ଚୀନ୍ ୧.୩୦ କୋଟି ଜନସଂଖ୍ୟା ବିଶିଷ୍ଟ ସିଆନ୍ ସହରରେ ବୁଧବାର ରାତିରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଲାବନ୍ଦ କରାଯାଇଛି । ଅନ୍ୟପକ୍ଷରେ ବୁଧବାର ବ୍ରିଟେନରେ ଏକ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି । ଆମେରିକାରେ, ଦୁଇମାସ ହେବ ପ୍ରତିଦିନ ଏକ ଲକ୍ଷରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି।

ଫେବୃଆରୀ ୪ରୁ ଚୀନରେ ଶୀତକାଳୀନ ଅଲିମ୍ପିକ୍ କ୍ରୀଡା ଆରମ୍ଭ ହେବ । ସିଆନ୍ ଏବଂ ଏହାର ଆଖପାଖ ଅଞ୍ଚଳରେ କଟକଣା ଅନୁଯାୟୀ, କେବଳ ଜଣେ ବ୍ୟକ୍ତି ଦୁଇ ଦିନରେ ଥରେ ଅତ୍ୟାବଶ୍ୟକ ଜିନିଷ କିଣିବା ପାଇଁ ଘରୁ ବାହାର ପାରିବେ। ବିଶେଷ ପରିସ୍ଥିତି ବ୍ୟତୀତ ସମସ୍ତ ଯାନବାହାନ ଚଳାଚଳଉପରେ ପ୍ରତିବନ୍ଧକ ଲଗାଯାଇଛି। ଜରୁରୀକାଳୀନ ପରିସ୍ଥିତି ବ୍ୟତୀତ ନାଗରିକମାନଙ୍କୁ ଘରୁ ବାହାରକୁ ନ ଯିବାକୁ କୁହାଯାଇଛି।

- Advertisement -

ଅନ୍ୟପକ୍ଷରେ, ବ୍ରିଟେନରେ ରେକର୍ଡ ସଂଖ୍ୟକ ୧,୬,୧୨୨ନୂଆ ମାମଲା ପଞ୍ଜିକୃତ ହେବା ପରେ ନୂତନ ବର୍ଷର ଉତ୍ସବ ଓ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଯିବାର ସମ୍ଭାବନା ସୃଷ୍ଟି ହୋଇଛି। ବ୍ରିଟେନର ୱେଲ୍ସ ପ୍ରଦେଶ ସରକାର ବଡ଼ଦିନ ପରେ ଘରେ ଏବଂ ବାହାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ୬ ରୁ ଅଧିକ ଲୋକ ଏକାଠି ହେବା ଉପରେ କଟକଣା ଜାରି କରିଛନ୍ତି । ଭଡା ଗାଡିରେ ଏକ ସମୟରେ ଛଅରୁ ଅଧିକ ଲୋକଙ୍କୁ ଯିବାକୁ ଅନୁମତି ଦିଆଯିବ ନାହିଁ। ଓମିକ୍ରନର କମ୍ ପ୍ରଭାବ ସତ୍ତ୍ବେ ଅନେକ ଦେଶ ନୂତନ ବର୍ଷ କାର୍ଯ୍ୟକ୍ରମ ଉପରେ ଅଧିକ କଟକଣା ଲଗାଇବାକୁ ଚିନ୍ତା କରୁଛନ୍ତି।

ଜର୍ମାନୀରେ ନୂତନ ବର୍ଷର ଉତ୍ସବ ଉପରେ କଟକଣା

ନୂଆ ବର୍ଷର ଉତ୍ସବ ପାଳନ ଉପରେ ଜର୍ମାନୀରେ କଟକଣା ଲାଗୁ କରାଯାଇଛି । ସେହିପରି ଏକ ନୂଆ ମାମଲା ଆସିବା ପରେ ଜାପାନ ସୀମାରେ ନିୟନ୍ତ୍ରଣ ଜାରି ରଖିବାକୁ ନିଷ୍ପତ୍ତି ନେଇଛି। ସିଙ୍ଗାପୁର ଗୁରୁବାର ଠାରୁସଙ୍ଗରୋଧ ମୁକ୍ତ ଯାତ୍ରା ପାଇଁ ଏହାର ବିମାନ ଏବଂ ବସ୍ ଲାଗି ନୂତନ ଟିକେଟ ବିକ୍ରି ବନ୍ଦ କରି ଦେଇଛି।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories