www.samajalive.in
Tuesday, December 9, 2025
15.1 C
Bhubaneswar

ଲୁଧିଆନା କୋର୍ଟରେ ବିସ୍ଫୋରଣ, ୨ ମୃତ

ଲୁଧିଆନା: ଲୁଧିଆନା କୋର୍ଟରେ ବିସ୍ଫୋରଣ । କୋର୍ଟର ଦ୍ୱିତୀୟ ମହଲାରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୪ଜଣ ଆହତ ହୋଇଥବା ଜଣାପଡ଼ିଛି । ଘଟଣାସ୍ଥଳରେ ପୋଲିସ ଅଧିକାରୀ ମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଜିଲ୍ଲାର ସମସ୍ତ ସରକାରୀ କାର୍ୟ୍ୟାଳୟରେ ଅନୁସନ୍ଧାନ କରୁଛି ପୋଲିସ । ସବୁଠୁ ବଡ଼ କଥା ହେଉଛି ଦୁଷ୍କର୍ମ ମାମଲାରେ ଆଗୁଆ ଜାମିନ ପାଇଁ ବିଧାୟକ ସମରଜିତ୍‍ ସିଂଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ । ସେହି ସମୟରେ କୋର୍ଟରେ ହଠାତ୍‍ ବିସ୍ଫୋରଣ ହୋଇଥିଲା । ଦ୍ୱିତୀୟ ମହଲାରୁ ପ୍ରବଳ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ପରେ ଘଟଣାସ୍ଥଳରେ ପୋଲିସ କମିଶନରଙ୍କ ସମେତ ସମସ୍ତ ବରିଷ୍ଠ ଅଧିକାରୀ ପହଞ୍ଚି ବିଲଡିଂରେ ସର୍ଚ୍ଚ ଅପରେସନ୍ କରିଥିଲେ । ସେପଟେ ଏନେଇ ଦୁଷ୍କର୍ମ ପୀଡ଼ିତାଙ୍କ ଓକିଲ ଅଭିଯୋଗ ଆଣିଛନ୍ତି । ପୀଡ଼ିତାଙ୍କ ଓକିଲ ହରିଶ ରାୟ ଚାନ୍ଦା କହିଛନ୍ତି, ତାଙ୍କୁ ହତ୍ୟା କରିବା ପାଇଁ ଏହି ଷଡଯନ୍ତ୍ର ହୋଇଥିବା ସେ ଅଭିଯୋଗ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories