ଭୁବନେଶ୍ୱର : ରାଜ୍ୟରେ କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ଏହା ଚିନ୍ତାର କାରଣ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି ଆଜି ଓମିକ୍ରନ ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକ ହେବ। ଲୋକସେବା ଭବନରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ହେବ। କିପରି ଭାବେ ଓମିକ୍ରନର ମୁକାବିଲା କରାଯିବ ସେନେଇ ଆଲୋଚନା କରାଯିବ।
ସେହିପରି ରାଜ୍ୟରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ସ୍ଥିତିକୁ ସହଜ ଭାବେ ନିଅନ୍ତୁ ନାହିଁ। ସମସ୍ତେ ସହଯୋଗ କଲେ ସଂକ୍ରମଣ ରୋକି ହେବ। ସଂକ୍ରମଣ ରୋକିବାକୁ କମ୍ୟୁନିଟିର ବଡ ଦାୟିତ୍ୱ। ସ୍ଥିତି ଉପରେ ତୀକ୍ଷଣ ନଜର ରଖିବା ସହ ସର୍ଭେଲାନ୍ସ ଜାରି ରହିଛି। ସରକାରଙ୍କ ସହଯୋଗରେ ଟ୍ରାକିଂ ଓ ଟ୍ରେସିଂ ଜାରି ରହିଛି। ସଂକ୍ରମଣହାର ୧୦% ହେଲେ ଆବଦ୍ଧାଞ୍ଚଳ ପାଇଁ କେନ୍ଦ୍ର ସରକାର କହିଛନ୍ତି। ଲୋକମାନେ କୋଭିଡ କଟକଣା ମାନନ୍ତୁ ବୋଲି ସେ କହିଛନ୍ତି।
ଓମିକ୍ରନ ଚିନ୍ତା ; ଆଜି ଉଚ୍ଚସ୍ତରୀୟ ବୈଠକ
Popular Categories



